ଢେଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ତିରିଶ ସିପ୍ଟରୁ ଅଧିକ ଶାଗୁଆନ ଗଣ୍ଡି ଜବତ କରିଛି ବନ ବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ୬୦ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଆଶା କରାଯାଉଛି ।
ବିଶେଷ ସୁତ୍ରରୁ ଭୁବନ ରେଞ୍ଜର ଅନିତା ସେଠୀ ଖବର ପାଇ ନୂଆଭୁବନରେ ଚଢାଉ କରିଥିଲେ । ତେବେ ଉକ୍ତ ବସ୍ତିର ବାସିନ୍ଦା ପ୍ରମୋଦ କୁମାର ମିଶ୍ରଙ୍କ ବାସଭବନ ପଛପଟୁ ଏହି ଚୋରା ଶାଗୁଆନ କାଠ ଗଣ୍ଡି ସବୁ ଜବତ କରାଯାଇଛି । ଏ ସଂପର୍କରେ ଅଧିକ ତଥ୍ୟ ପାଇଁ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ