ETV Bharat / state

ନିଖୋଜର ୧୩ ଦିନ ପରେ ମିଳିଲା ଗଳିତ ମୃତଦେହ

author img

By

Published : Jan 6, 2023, 12:44 PM IST

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆ ବାହାଳ କେନାଲ ନିକଟରୁ ନିଖୋଜର ୧୩ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ଅଧିକ ପଢନ୍ତୁ

deadbody found in dhenkanal
deadbody found in dhenkanal

ଢେଙ୍କାନାଳ: ନିଖୋଜର ୧୩ ଦିନ ପରେ ମିଳିଲା ମୃତଦେହ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆ ବାହାଳ କେନାଲ ନିକଟରୁ ଯୁବକଙ୍କ ମୃତଦେହ ଗଳିତ ଅବସ୍ଥାରେ ଠାବ ହୋଇଛି । ତେବେ ମୃତ ଯୁବକ ଜଣଙ୍କ ମୋଟଙ୍ଗା ଥାନା ଅନ୍ତର୍ଗତ ପୋଡା ପଡା ଗ୍ରାମର କେଦାରନାଥ କରଣ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଭୋଜି କରିବାକୁ ଘରୁ ଡାକି ନେଇଥିଲେ ସାଙ୍ଗ । ଆଉ ୧୨ଦିନ ହେଲା ମିଳିପାରିଲା ନଥିଲା ଯୁବକଙ୍କ କୌଣସି ପତ୍ତା । ଏନେଇ ଥାନାରେ ପରିବାର ଲୋକେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ପୋଲିସ କେବଳ ନିଖୋଜ ବୋଲି ଡାଇରୀ ଟିଏ କରି ହାତ ବାନ୍ଧି ବସି ପଡ଼ିଲା । ଆଉ ଏବେ ନିଖୋଜର ୧୩ ଦିନ ପରେ ମିଳିଛି ନିଖୋଜ ଯୁବକଙ୍କ ଗଳିତ ମୃତଦେହ । ଫଳରେ ମୃତ ଯୁବକଙ୍କ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ।

ଏନେଇ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଫରେନସିକ ଟିମ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି । ତେବେ ୨୨ବର୍ଷୀୟ କେଦାରର ପରିବାର ସହ ମେରମୁଣ୍ଡଳୀରେ ରହି ବିଭିନ୍ନ ବ୍ୟବସାୟ କରୁଥିଲେ । ଗତ ମାସ ଡିସେମ୍ବର ୨୩ତାରିଖ ରେ କେଦାରଙ୍କୁ ତାଙ୍କର କିଛି ସାଙ୍ଗ ଭୋଜି କରିବାକୁ ଡାକି ନେଇଥିଲେ । ମାତ୍ର ସେହି ଦିନରୁ କେଦାର ଆଉ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ମୋଟଙ୍ଗା ଥାନାରେ ଲିଖିତ ଭାବେ ଜଣାଇଥିଲେ। ଯୁବକଙ୍କ ମୃତଦେହ ଠାବ ହେବା ପରେ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ କେଦାରଙ୍କ ପରିବାର ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.