ETV Bharat / state

ମାର୍ଥାପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟପ୍ରକାଶ - Minor rape and video viral case decided after 5 years

ଭୁବନ ଥାନାର ମାର୍ଥାପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ଶୁକ୍ରବାର ରାୟପ୍ରକାଶ ପାଇଛି । ଢେଙ୍କାନାଳ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଏହି ମାମଲାର ବିଚାର କରି ରାୟ ଶୁଣାଣି କରିଛନ୍ତି।

Minor rape and video viral case decision out after 5 years
ମାର୍ଥାପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ
author img

By

Published : Dec 13, 2019, 10:47 PM IST

ଢେଙ୍କାନାଳ: ଭୁବନ ଥାନାର ମାର୍ଥାପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ଶୁକ୍ରବାର ରାୟପ୍ରକାଶ ପାଇଛି । ଢେଙ୍କାନାଳ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଏହି ମାମଲାର ବିଚାର କରି ରାୟ ଶୁଣାଣି କରିଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁକୁ 20ବର୍ଷ ସଶ୍ରମ କାରାଦଣ୍ଡ ସହ 20 ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଜୋରାମାନା ଅନାଦେୟ କଲେ ଆହୁରି ଏକ ବର୍ଷ କାରାଦଣ୍ଡାଦେଶ ମିଳିବ ।

ମାର୍ଥାପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ

ସେହିପରି ଘଟଣାରେ ଅନ୍ୟ ଏକ ସହଯୋଗୀ ଶେଷଦେବ ବାରିକକୁ 2 ବର୍ଷ ସଶ୍ରମ କାରାଦଣ୍ଡ ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଗୋବିନ୍ଦ ମିଶ୍ରକୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି । ସୂଚନାଯୋଗ୍ୟ, ଗତ 2015 ମସିହା ଜୁଲାଇ 20 ତାରିଖରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଘଟଣାକୁ ନେଇ ମାର୍ଥାପୁର ଗ୍ରାମ ସଭାପତିଙ୍କ ପୁଅ ଶିବାନୀ ପ୍ରସାଦ ମିଶ୍ର ଭୁବନ ଥାନାରେ ଅଭିଯୋଗ କରିଥିଲେ। ଭୁବନ ପୋଲିସ ମାମଲାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ମାର୍ଥାପୁର 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯାହାର ବିଚାର ଢେଙ୍କାନାଳ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ଚାଲିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ଜିଲ୍ଲା ଭୁବନ ମାର୍ଥାପରରେ ନାବାଳିକା ଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲା/ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ରାୟ ପ୍ରକାଶ/ ମୁଖ୍ୟ ଅଭିଯୁକ୍ତ ଶତୃଘନ ସାହୁକୁ ୨୦ବର୍ଷ କାରାଦଣ୍ଡ
ଆଙ୍କର-ଢେଙ୍କାନାଳ ଜିଲ୍ଲା ଭୁବନ ଥାନାର ମାର୍ଥାପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦାଲତ ଏହାର ବିଚାର କରି ରାୟ ଶୁଣାଣୀ କରିଛନ୍ତି।
Body:ଗତ ୨୦୧୫ ମସିହା ଜୁଲାଇ ୨୦ ତାରିଖରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଉଥିବାର ଏକ ଭିଡିଓ ଭାଇରାଲକୁ ନେଇ ମାର୍ଥାପୁର ଗ୍ରାମ ସଭାପତିଙ୍କ ପୁଅ ଶିବାନି ପ୍ରସାଦ ମିଶ୍ର ଭୁବନ ଥାନାରେ ଅଭିଯୋଗ କରିଥିଲେ। ଫଳରେ ଭୁବନ ପୁଲିସ ତଦନ୍ତରେ ଏହି ଘଟଣାରେ ମାର୍ଥାପୁର ୩ଜଣ ଅଭିଯୁକ୍ତଙ୍କୁ ଗିରବ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାକୁ ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ବିଚାର ଚାଲିଥିଲା। ତେବେ ଶୁକ୍ରବାର ଏହାର ଶୁଣାଣୀ ମୁତାବକ ମୁଖ୍ୟ ଅଭିଯୁକ୍ତ ଶତୃଘନ ସାହୁକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ହଜାର ଟଙ୍କା ଜୋରିମାନା ନଦେଲେ ଆହୁରି ଏକ ବର୍ଷ କାରାଦଣ୍ଡାଦେଶ ମିଳିଛି। Conclusion:ସେହିପରି ଘଟଣାରେ ସହଯୋଗୀ ଶେଷଦେବ ବାରିକକୁ ୨ବର୍ଷ ସଶ୍ରମ କାରାଦଣ୍ଡ ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଗୋବିନ୍ଦ ମିଶ୍ରଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.