ETV Bharat / state

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫିଟିବ ନୂଆ ରାସ୍ତା, ତଦାରକ କଲେ ମନ୍ତ୍ରୀ - ଡାକ୍ତରଖାନାର ରାସ୍ତା ସମସ୍ୟା

ଦୀର୍ଘ ଦିନ ଧରି ଲାଗି ରହିଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରାସ୍ତା ସମସ୍ୟା ସୁଧାରିବା ପାଇଁ ପରିଦର୍ଶନ କରିଛନ୍ତି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଅଧିକ ପଢନ୍ତୁ

Minister Prafulla Mallik
Minister Prafulla Mallik
author img

By

Published : Jun 11, 2023, 11:54 AM IST

Minister Prafulla Mallik

ଢେଙ୍କାନାଳ: ସୁଧୁରିବ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରାସ୍ତା ସମସ୍ୟା । ଆଉ ନୂଆ ରାସ୍ତା ନିର୍ମାଣ ପାଇଁ ଫିଟିବ ବାଟ । ଦୀର୍ଘ ଦିନ ଧରି ଲାଗି ରହିଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରାସ୍ତା ସମସ୍ୟା ସୁଧାରିବା ପାଇଁ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଅବସରରେ ଗତକାଲି ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ଏହି ଅବସରରେ ସ୍ଥାନୀୟ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଜିଲ୍ଲାପାଳ ସରୋଜ ସେଠି, ଏସ ପି ଜ୍ଞାନରଞ୍ଜନ ମହାପାତ୍ର , ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଅଶୋକ ଦାଶ ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନେ ସାମିଲ ଥିଲେ। ତେବେ ସହରର କ୍ରମାଗତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଟ୍ରାଫିକ ଭିଡ଼ ହେବାରେ ଲାଗିଛି । ଏପରିକି ସହର ମୁଖ୍ୟ ରାସ୍ତା ଉପରେ ନିର୍ଭର କରୁଥିବା ଜିଲ୍ଲାର ବିଭିନ୍ନ ବ୍ଲକରୁ ଦକ୍ଷିଣକାଳୀ ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନଙ୍କ ପାଇଁ ଟ୍ରାଫିକ ସମସ୍ୟା ଜଟିଳ ହୋଇ ପଡୁଛି । ଫଳରେ ସହରର ଟ୍ରାଫିକ ଭିଡ଼ କମାଇବା ସହ ଡାକ୍ତରଖାନା ପାଇଁ ଜାତୀୟ ରାଜପଥକୁ ଏକ ସିଧାସଳଖ ରାସ୍ତା ଯୋଗାଯୋଗ ପାଇଁ ମିଳିତ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ରାସ୍ତା ନଥିବାରୁ ଅଟକିଲା ଆମ୍ବୁଲାନ୍ସ; ଅଧାବାଟରେ ଆଖି ବୁଜିଲା ବର୍ଷକର ଶିଶୁ

ଏହା ମଧ୍ୟ ପଢନ୍ତୁ-ରଥଯାତ୍ରା ପୂର୍ବରୁ ସମୀକ୍ଷା, ସିଂହଦ୍ବାର ସମ୍ମୁଖ ରାସ୍ତା ସମସ୍ୟା ନେଇ ସେବାୟତ ମହଲରେ ଅସନ୍ତୋଷ

ଏଥିପାଇଁ ଡାକ୍ତରଖାନାରୁ ଦକ୍ଷିଣକାଳୀ ରାସ୍ତାରେ ଏକ ନୂଆ ରାସ୍ତା ନିର୍ମାଣ କରାଯିବା ପାଇଁ ଯୋଜନା କରାଯାଇଛି । ତେବେ ଏନେଇ ଗଠିତ ସ୍ୱତନ୍ତ୍ର କମିଟି ମାଧ୍ୟମରେ କ୍ଷେତ୍ରକୁ ଯାଞ୍ଚ କରାଯିବ ଓ ଦରକାର ପଡ଼ିଲେ ସରକାରୀ ଜାଗା ଉଚ୍ଛେଦ ସହ ଜମି ଅଧିଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ । ଆଉ ଏହି କାର୍ଯ୍ୟ ଖୁବ ଶୀଘ୍ର ତ୍ୱରାନ୍ୱିତ କରାଯାଇ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଯାହା ଲୋକଙ୍କ ପାଇଁ ଏକ ଶୁଭ ଖବର । ଏହି ରାସ୍ତା ହେବା ଦ୍ୱାରା ରୋଗୀ ଖୁବ କମ ସମୟରେ ଡାକ୍ତରଖାନାରେ ପହଞ୍ଚି ନିଜର ଚିକିତ୍ସା କରିପାରିବ l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.