ETV Bharat / state

ପ୍ଲାଜମା ଦାନ ପାଇଁ ମନ୍ତ୍ରୀଙ୍କ ଅନୁରୋଧ - Minister Capt. Dibyasankar mishra

ଢେଙ୍କାନାଳ ଦାୟିତ୍ବରେ ଥିବା ଶିଳ୍ପ, ଶକ୍ତି ଓ କ୍ଷୁଦ୍ର ଉଦ୍ୟୋଗ ବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଜିଲ୍ଲା ଗସ୍ତ କରିଛନ୍ତି ।

_Minister Capt. Dibyasankar mishra visit Dhenkanal for plasma awarness
ପ୍ଲାଜମା ଦାନ ପାଇଁ ମନ୍ତ୍ରୀଙ୍କ ଅନୁରୋଧ
author img

By

Published : Jul 27, 2020, 6:14 PM IST

ଢେଙ୍କାନାଳ: ରାଜ୍ୟରେ ପ୍ଲାଜମା ଚିକିତ୍ସା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ମନ୍ତ୍ରୀମାନଙ୍କୁ କୋରୋନାରୁ ଆରୋଗ୍ୟ ରୋଗୀଙ୍କୁ ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହନ କରିବାକୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ନ୍ୟସ୍ତ କରିଛନ୍ତି ।

ପ୍ଲାଜମା ଦାନ ପାଇଁ ମନ୍ତ୍ରୀଙ୍କ ଅନୁରୋଧ

ଆଜି ଠାରୁ ରାଜ୍ୟରେ ପ୍ଲାଜମା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ଢେଙ୍କାନାଳ ଜିଲ୍ଲା ଦାୟିତ୍ବରେ ଥିବା ଶିଳ୍ପ, ଶକ୍ତି ଓ କ୍ଷୁଦ୍ର ଉଦ୍ୟୋଗ ବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଜିଲ୍ଲା ଗସ୍ତ କରିଛନ୍ତି । ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ପରଜଙ୍ଗ ବିଧାୟକ ଡା ନୃସିଂହ ଚରଣ ସାହୁଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋରୋନା ସ୍ଥିତି ଓ ପ୍ଲାଜମା ଦାନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ବୈଠକ ପରେ ପ୍ଲାଜମା ଦାନ ପାଇଁ ଢେଙ୍କାନାଳ ବାସୀଙ୍କୁ ମନ୍ତ୍ରୀ ଅନୁରୋଧ କରିଥିଲେ । ଜିଲ୍ଲାର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୦୯ଜଣ ଆରୋଗ୍ୟ ହୋଇଛନ୍ତି । ଆରୋଗ୍ୟଙ୍କ ମଧ୍ୟରୁ ୫୩ଜଣ ପ୍ଲାଜମା ଦାନ କରିପାରିବେ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ କୋରୋନା ସ୍ଥିତି ଆଶ୍ବସ୍ଥିକର ରହିଛି । ରାଜ୍ୟରେ କୋରୋନାରେ ସର୍ବାଧିକ ପ୍ରଭାବିତ ଜିଲ୍ଲା ମାନଙ୍କ ମଧ୍ୟରେ ଢେଙ୍କାନାଳ 25ତମ ସ୍ଥାନରେ ରହିଥିବାରୁ ମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.