ETV Bharat / state

ରାଇତୈଲା ସାହିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା 15 ବଖରା ଘର - ରାଇତୈଲା ସାହିରେ ଭୟଙ୍କର ଅଗ୍ନିକାଣ୍ଡ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଚାନ୍ଦପୁରର ରାଇତୈଲା ସାହିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା କାରଣରୁ 3 ପରିବାର ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

ରାଇତୈଲା ସାହିରେ ଭୟଙ୍କର ଅଗ୍ନିକାଣ୍ଡ
ରାଇତୈଲା ସାହିରେ ଭୟଙ୍କର ଅଗ୍ନିକାଣ୍ଡ
author img

By

Published : Aug 12, 2020, 1:26 PM IST

ଢେଙ୍କାନାଳ: ରାତିରେ ଶୋଇଥିବା ବେଳେ ଲାଗିଲା ନିଆଁ । ଚାହୁଁ ଚାହୁଁ ଭୟଙ୍କର ଅଗ୍ନିକାଣ୍ଡର ରୂପ ନେଇଥିଲା । ନିଆଁରୁ ଧନ ସମ୍ପତ୍ତି ଉଦ୍ଧାର କରିବା ଦୂରେ ଥାଉ, ନିଜର ଜୀବନ ବଞ୍ଚାଇ ଲୋକମାନେ ଏଣେତେଣେ ଧାଁ ଧପଡ କରିଥିଲେ। ଆଉ ଆଖି ଆଗରେ ସବୁକିଛି ଜଳି ପୋଡି ପାଉଁଶ ହୋଇଗଲା । ଗତ ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଚାନ୍ଦପୁର ଏକ ସାହି ରେ ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁର ସଠିକ କାରଣ ଜଣାପଡିନାହିଁ ।

ଚାନ୍ଦପୁର ଗାଁର ରାଇତୈଲା ସାହିରେ ନିଆଁ ଲାଗିଥିବା ଖବର ପାଇ ପରଜଙ୍ଗରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳେକୁ ୧୫ ବଖରା ଘର ପୋଡି ପାଉଁଶ ହୋଇଥିବା ଜଣାପଡିଥିଲା ।

ରାଇତୈଲା ସାହିରେ ଭୟଙ୍କର ଅଗ୍ନିକାଣ୍ଡ

ରାଇତୈଲା ସାହିର କେଦାର ସାହୁଙ୍କ ଦୋକାନରୁ ପ୍ରଥମେ ନିଆଁ ଲାଗିଥିଲା । ପରେ ଗୋଟିଏ ଘରୁ ଆଉ ଗୋଟିଏ ଘର ଏପରି ରମେଶ ସାହୁ ଓ ସନ୍ତୋଷ ସାହୁ ସମେତ ୩ଟି ପରିବାରର ୧୫ ବଖରା ନିଆଁରେ ଜାଣି ସମସ୍ତ ଆସବାବପତ୍ର ଧାନ ଚାଉଳ ଆଦି ପୋଡି ପାଉଁଶ ହୋଇଯାଇଥିବା ଦେଖାଯାଇଛି। ଫଳରେ ଏହି ୩ଟି ପରିବାର ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇପଡିଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.