ଢେଙ୍କାନାଳ: ଦୋଳପୂର୍ଣ୍ଣିମା ଅବସରରେ ଢେଙ୍କାନାଳ ସହର ହୋଇଉଠିଛି ଉତ୍ସବ ମୁଖର। ମାରୱାଡି ସଂପ୍ରଦାୟର ଲୋକେ ବହୁ ଧୁମଧାମରେ ପାଳନ କରିଛନ୍ତି ହୋଲିକା ଦହନ ପର୍ବ । ଏନେଇ ଢେଙ୍କାନାଳ ସହରର ଜବାହାର ଚୌକଠାରେ ଏକତ୍ରିତ ହୋଇଥିଲେ ମାରୁଆଡି ସଂପ୍ରଦାୟର ଲୋକେ ।
ପରମ୍ପରା ମୁତାବକ ପୂର୍ବରୁ ଗୋବର ଘଷିରେ ପ୍ରସ୍ତୁତମାଳାକୁ ମାନସିକଧାରୀମାନେ ବେକରେ ଗଳାଇ ତାକୁ ଆଣି ଏକାଠି ନିଆଁରେ ଜାଳିଥିଲେ। ଏହି ନିଆଁରେ ଭୋଗ ପ୍ରସାଦ ସବୁ ଆହୂତି ଦେଇଥିବା ଦେଖାଯାଇଛି। ପରିବାରର ସୁଖଶାନ୍ତି ଓ ଆରୋଗ୍ୟ ପାଇଁ ଏହି ହୋଲିକା ଦହନ ପର୍ବ ପାଳନ କରାଯାଏ ବୋଲି ପ୍ରକାଶ କରିଛନ୍ତି ମାନସିକଧାରୀ । ଏହି ଉତ୍ସବରେ ଶହଶହ ସଂଖ୍ୟାରେ ମାରୁଆଡି ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ