ETV Bharat / state

ରାସ୍ତାରୁ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ - ଢେଙ୍କାନାଳ ଖବର

କାମାକ୍ଷାନଗର ଥାନା କଙ୍କଣା ହାଡଗରି ରେଙ୍ଗାଳି କେନାଲ ରାସ୍ତାରୁ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ରାସ୍ତାରୁ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର

author img

By

Published : Oct 16, 2022, 10:44 PM IST

ଢେଙ୍କାନାଳ: କେନାଲ ରାସ୍ତାରୁ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, କେହି ଗୁଳି କରି ହତ୍ୟା କରିଥିବା ଥାନାରେ ଅଭିଯୋଗ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍କଣା ହାଡଗରି ରେଙ୍ଗାଳି ବାମ ପାର୍ଶ୍ଵ କେନାଲ ରାସ୍ତାରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି କାନପୁରା ଗାଁ ର ମୀନକେତନ ଦଳେଇ ।

ମିଳିଥିବା ସୂଚନା ଅନୁଯାୟୀ ମୀନକେତନ ଟାଟା ମାଇନ୍ସରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଆଜି (ରବିବାର) ସେ ସ୍କୁଟି ଯୋଗେ ଘରକୁ ଫେରୁଥିବାବେଳେ, ପହଞ୍ଚିବାରେ ବିଳମ୍ବ ହେବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ଫୋନ କରିଥିଲେ। ତେବେ ଫୋନ ମୀନକେତନ ଉଠାଇବା ପରିବର୍ତ୍ତେ ଅନ୍ୟ ଜଣେ ଉଠାଇ ତାଙ୍କ ସ୍ୱାମୀ ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଥିବା ସୂଚନା ଦେଇଥିଲେ । ଏହାପରେ ପରିବାର ଲୋକେ ଘଟଣାସ୍ତେଥଳରେ ପହଞ୍ଚି ମୀନକେତନଙ୍କୁ ଉଦ୍ଧାର କରି କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ରାସ୍ତାରୁ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର

ତାଙ୍କ ଶରୀରର ଅଧିକଂଶ ଭାଗରେ କ୍ଷତ ଚିହ୍ନ ରହିବା ସହ ତାଙ୍କ ଡାହାଣ ପଟ ପେଟରେ ଏକ ଗଭିର କ୍ଷତ ସୃଷ୍ଟି ହୋଇଛି, ତେଣୁ ତାଙ୍କୁ କେହି ଗୁଳି କରି ଫେରାର ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଏ ନେଇ ତାଙ୍କ ସ୍ତ୍ରୀ ଝରଣା ଦଳଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ, କାମାକ୍ଷା ନଗର ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଅଭିଯୋଗକୁ ଆଧାର କରି ଅଧିକ ତଦନ୍ତ ଯାରି ରଖିଛି ପୋଲିସ । ତୋବେ ମୀନକେତନଙ୍କୁ ଯଦି ହତ୍ୟା କରାଯାଇଛି ତେବେ କିଏ ଓ କାହିଁକ୍ ଏପରି କାଣ୍ଡ ଭିଆଇଲେ, କଣ ରହିଛି ଏହା ପଛରେ କାରଣ, ନା ମୃତ୍ୟୁ ପଛରେ ରହିଛି ଆଉ କିଛି ରହସ୍ୟ ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ-ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଏନେଇ ମୀନକେତନଙ୍କ ଭାଇ ଅନିଲ ଦଳେଇ କହିଛନ୍ତି ଯେ, ''ମୋ ବଡ ଭାଇ ଟାଟାମାଇନ୍ସରେ ଗାଡି ଚଳାନ୍ତି । ସେ ଆଜି ସକାଳୁ ଘରକୁ ଆସିବା ସମୟରେ କେହି ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ଘଟଣା ସ୍ଥଳୁ ଫେରାର ହୋଇଯାଇଛି । ବାହାର ଲୋକ ଆମକୁ ଫୋନ୍‌ କରି ସୂଚନା ଦେବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ଭାଇକୁ ହସ୍ପିଟାଲେ ଭର୍ତ୍ତି କରିଥିଲୁ, ଏହି ଘଟଣାରେ ତଦନ୍ତ କରାଯାଇ ନ୍ୟାୟ ଦେବାକୁ ଦାବି କରିଛନ୍ତି ମୃତ ମୀନକେତନଙ୍କ ଭାଇ ଅନିଲ ଦଳେଇ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.