ଢେଙ୍କାନାଳ: କାମାକ୍ଷାନଗର ମହିମା ଆଶ୍ରମରେ ମାଘ ସପ୍ତମୀ ପାଳିତ । ଅଲେଖ ମହିମା ଧ୍ବନୀରେ ପ୍ରକମ୍ପିତ ହେଲା କାମାକ୍ଷାନଗର । ମାଘ ସପ୍ତମୀ ଅବସରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିମା ଆଶ୍ରମରେ ମାଘସପ୍ତମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମାଘମେଳା ପାଳିତ ହୋଇଛି । କିନ୍ତୁ କୋରୋନା କଟକଣା ଯୋଗୁଁ ଭକ୍ତଙ୍କ ସମାଗମ କମ ଅଛି । ସରକାରଙ୍କ କୋଭିଡ ନିୟମକୁ ମାନି କେବଳ ବିଧିପାଳନ କରାଯାଉଛି । ଜୀବ ଜଗତର ମଙ୍ଗଳ ଉଦ୍ଦେଶ୍ୟରେ ଓ ପୃଥିବୀରୁ କିପରି ସମ୍ପୂର୍ଣ କୋରୋନା ଦୂରେଇଯିବ ସେଥିପାଇଁ ସନ୍ଧ୍ୟା ସମୟରୁ ଝାଡବତି ଲଗାଯିବା ସହ ଅଖଣ୍ଡ ଧ୍ବନି ସ୍ଥାପନ କରି ଘୃତାହୁତି କରାଯାଉଛି।
ଅଲେଖ ମହିମା ଧ୍ବନିରେ ମନ୍ଦିର ପ୍ରକମ୍ପିତ ହେବାସହ ରାତି ସାରା ମହିମା ଭଜନ ପରିବେଷଣ ହୋଇଛି । ପୂରା ପରିବେଶ ଭକ୍ତିଭାବ ସୃଷ୍ଟି କରୁଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ