ଢେଙ୍କାନାଳ: ଜିଲ୍ଲାର ନାଧରା ସ୍ଥିତ ମା’ ରାମଚଣ୍ଡୀଙ୍କ ବାର୍ଷିକ ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ୪ ଦିନ ଧରି ବେଶ ଧୂମଧାମରେ ପାଳିତ ହେବ। ପରମ୍ପରା ମୁତାବକ ମକର ଯାତ୍ରା ଅବସରରେ ଏହି ପୀଠରେ ରାମଚଣ୍ଡୀ ମହୋତ୍ସବ ପାଳିତ ହୋଇଥାଏ।
ଏହି ଅବସରରେ ବିଶ୍ବଶାନ୍ତି ଶ୍ରୀ ବିଷ୍ଣୁ ମହାଯଜ୍ଞ ପାଇଁ ରବିବାର ଏକ କଳସ ଯାତ୍ରା ହୋଇଥିଲା। ମାନସିକଧାରୀ ବ୍ରାହ୍ମଣୀ ନଦୀରେ ଶୁଭ କଳସ ବୁଡାଇ ଥିଲେ । ଏକ ବିଶାଳ ଶୋଭାଯାତ୍ରା ମା’ଙ୍କ ଆସ୍ଥାନ ଯଜ୍ଞ ସ୍ଥଳରେ ପହଞ୍ଚିଥିଲା। ସେଠାରେ ଶୁଭ କଳସ ସ୍ଥାପନ ପରେ ଅଧିବାସ ଆରମ୍ଭ ହୋଇଥିଲା । ଏହି କଳସ ଶୋଭାଯାତ୍ରାରେ ୩ ହଜାର ୮ ଜଣ ମାନସିକଧାରୀ ମହିଳା ସାମିଲ ହୋଇଥିଲେ। ଏହି ଉପଲକ୍ଷେ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ