ETV Bharat / state

ଶେଷ ହେଲା ଢେଙ୍କାନାଳ ଲକ୍ଷ୍ମୀପୂଜା, ମା’ଙ୍କ ମେଲାଣି ପାଇଁ ପ୍ରସ୍ତୁତ ପ୍ରଶାସନ - ମାଆ ଲକ୍ଷ୍ମୀଙ୍କୁ ମେଲାଣି

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମଙ୍ଗଳବାର ଥିଲା ଅନ୍ତିମ ଦିନ । ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ

ଶେଷ ହେଲା ଢେଙ୍କାନାଳ ଲକ୍ଷ୍ମୀପୂଜା, ମାଙ୍କ ମେଲାଣି ପାଇଁ ପ୍ରସ୍ତୁତ ପ୍ରଶାସନ

author img

By

Published : Oct 19, 2022, 9:46 AM IST

ଢେଙ୍କାନାଳ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମଙ୍ଗଳବାର ଥିଲା ଅନ୍ତିମ ଦିବସ । ଦୀର୍ଘ ଦଶ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ଶେଷ ହୋଇଛି । ତେଣୁ କାଲି ମା’ ଧରାପୃଷ୍ଠରୁ ବିଦାୟ ନେବେ । ମା’ଙ୍କ ଭସାଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ । ମା’ଙ୍କ ଭସାଣ ଉତ୍ସାବକୁ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେନେଇ ବିଭିନ୍ନ ପୂଜା କମିଟି ଗୁଡିକ ପ୍ରଶାସନକୁ ସହଯୋଗ କରିଛନ୍ତି ।

ଶେଷ ହେଲା ଢେଙ୍କାନାଳ ଲକ୍ଷ୍ମୀପୂଜା, ମାଙ୍କ ମେଲାଣି ପାଇଁ ପ୍ରସ୍ତୁତ ପ୍ରଶାସନ

କୁମାର ପୂର୍ଣ୍ଣିମାଠାରୁ ବେଶ ଧୁମଧାମରେ ପାଳିତ ହୋଇଆସୁଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲଷ୍ମୀ ପୂଜା । ମାଆଙ୍କ ପୂଜା ବଜାରରେ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା । ଦୁଇ ବର୍ଷର କୋରୋନା କଟକଣା ପରେ ଲୋକାରଣ୍ୟ ହୋଇପଡିଥିଲା ଢେଙ୍କାନାଳର ବିଭିନ୍ନ ପୂଜା ମଣ୍ଡପ ଗୁଡିକ । ସୁସଜ୍ଜିତ ତ୍ବରଣ ଏବଂ ଆକର୍ଷଣୀୟ ଆଲୋକମାଳାରେ ଝଲସି ଉଠୁଥିଲା ସହର । ଦଶ ଦିନ ଧରି ଚାଲିଥିବା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆଜିର ଅନ୍ତିମ ଦିବସ । ଫଳରେ ପୂଜା ଉତ୍ସବର ଅନ୍ତିମ ଦିନ ଥିବାରୁ ଜନ ସମୁଦ୍ର ହୋଇଥିଲା ଢେଙ୍କାନାଳ ସହର । ପୂଜା ପ୍ରତିଷ୍ଠାନମାନଙ୍କ ପକ୍ଷରୁ ଭସାଣି ଶୋଭଯାତ୍ରା ନିମନ୍ତେ ଆସିଥିବା ବ୍ୟାଣ୍ଡ ପାର୍ଟି ଦ୍ବାରା ସହର କମ୍ପି ଉଠିଥିଲା । ସେହିପରି ଶେଷ ଦିନରେ ମନ୍ତ୍ରଧ୍ବନୀରେ ଭକ୍ତିମୟ ହୋଇପଡିଥିଲା ବିଭିନ୍ନ ପୂଜା ମଣ୍ଡପ ।

ଆଜି ମାଆଙ୍କୁ ବିଦାୟ ଦେବେ ଢେଙ୍କାନାଳବାସୀ । ମାଆଙ୍କ ବିସର୍ଜନ ପାଇଁ ଢେଙ୍କାନାଳର ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ବ୍ୟାପକ ଆୟୋଜନ କରାଯାଇଛି । ସେହିପରି କିଭଳି ଶାନ୍ତି ଶୃଙ୍ଖଳାର ସହିତ ମାଙ୍କ ଭସାଣ ଉତ୍ସବକୁ ପାଳନ କରାଯିବ ସେନେଇ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ତେବେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପାଇଁ ୫ଟି ଅସ୍ଥାୟୀ ପୋଖରୀକୁ ପ୍ରସ୍ତୁତ କରାଯାଇଛି । କାଠ ଶଙ୍ଖ, କୁଞ୍ଜକାନ୍ତ ପୋଖରୀ, ଜାଉଁଳି ପୋଖରୀ, ଦଣ୍ଡା ପୋଖରୀଓ ସିମିଳିଆ ପୋଖରୀକୁ ସ୍ବତନ୍ତ୍ର ଭାବରେ ଭାବରେ ପୌର ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଉଛି । ମେଢ଼ ଗୁଡିକ ସକାଳ ୯ଟା ସୁଦ୍ଧା ନିଜ ନିଜ ଆସ୍ଥାନ ଛାଡି ରାଜ ନଅର ଦେଇ ମିଳିତ ଭସାଣି ଶୋଭାଯାତ୍ରାରେ ନିଜ ନିଜ କ୍ରମିକ ନମ୍ବର ମୁତାବକ ସାମିଲ ହେବେ । ପରେ ବଜାର ମୁଖ୍ୟ ରାସ୍ତା ଦେଇ ନିଜ ନିଜର ନିର୍ଦ୍ଧାରିତ ଅସ୍ଥାୟୀ ପୋଖରୀକୁ ଯାଇ ମାଆଙ୍କୁ ବିସର୍ଜନ କରିବେ ବୋଲି ପ୍ରକାଶ କରିଛନ୍ତି ମିଳିତ ପୂଜା କମିଟିର ଅଧ୍ୟକ୍ଷ ।

ଇଟିଭି ଭାରତ ,ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.