ଢେଙ୍କାନାଳ: ଢେଙ୍କାନାଳ ଭାପୁର ରାସ୍ତାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିକାଶ ସ୍ବାଇଁ । ପିଏନବି ବ୍ୟାଙ୍କ କର୍ମଚାରୀ ଭାପୁର ଫାଣ୍ଡି ଅନ୍ତର୍ଗତ ବାଲ୍ୟମ୍ବା ପିଏନବି ଶାଖାରୁ ଟଙ୍କା ନେଇ ଜିଲ୍ଲାର ମୁଖ୍ୟ ଶାଖାକୁ ଫେରୁଥିଲେ । ତେବେ ଗୋଟିଏ ବାଇକରେ 3 ଜଣ ଦୁର୍ବୃତ୍ତ ଆସି ବଡଧଡା ନିକଟରେ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ । ପାଖରେ ଥିବା 70ହଜାର ଟଙ୍କା , ଲାପଟପ ଓ ତାଙ୍କ ମୋବାଇଲକୁ ଝାମ୍ପି ନେଇଥିଲେ ।
ଏ ନେଇ ସେ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିବା ବେଳେ ପୁଲିସ ତନାଘନା ଆରମ୍ଭ କରିଛି । ହେଲେ, ଲୁଟେରା ମାନଙ୍କର କୈଣସି ପତ୍ତା ପାଇନି ପୁଲିସ ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ