ETV Bharat / state

ହାତୀ ମଣିଷ ଲଢ଼େଇରେ ପୂର୍ଣ୍ଣଛେଦ ଟାଣିଲା ଲକଡାଉନ, ବାହାରିଲା ବିକଳ୍ପ ବାଟ

author img

By

Published : May 25, 2020, 10:50 AM IST

Updated : May 27, 2020, 10:50 AM IST

ଏକଦା ହାତୀ ମଣିଷ ଲଢ଼େଇ କୁ ନେଇ ମମସ୍ତେ ଚିନ୍ତାରେ ପଡିଯାଇଥିଲେ । ଏହାର ଅନ୍ତ ହେବ କେବେ ? ସତରେ କ'ଣ ଡାଇନେସୋର ପରି ବିଶ୍ବର ଅନ୍ୟତମ ଏହି ବିଶାଳ ଯିବ ହାତୀ ବଂଶ ଲୋପ ପାଇଯିବେ ? ଏପରି ଅନେକ ପ୍ରଶ୍ନର ଉତ୍ତରକୁ ନେଇ ସମସ୍ତେ ଥିଲେ ସନ୍ଦିହୀନ । ମାତ୍ର କୋରନାକୁ ନେଇ ଜାରି ରହିଥିବା ଲକଡାଉନ ହାତୀ ମଣିଷ ଲଢ଼େଇର ବିକଳ୍ପର ବାଟ ଖୋଲି ଦେଇଛି।

ହାତୀ ମଣିଷ ଲଢ଼େଇରେ ପୂର୍ଣ୍ଣଛେଦ ଟାଣିଲା ଲକଡାଉନ, ବାହାରିଲା ବିକଳ୍ପ ବାଟ
elephants are the alternative to human fighting

ଢେଙ୍କାନାଳ:ଜୀବନ ବଞ୍ଚାଇବା ପାଇଁ ଚାଲିଥିଲା ସଂଗ୍ରାମ। ଆଉ ହାତୀ ମଣିଷ ଭିତରେ ଚାଲିଥିଲା ଲଢେଇ? କେତେବେଳେ ହାତୀ ତ ଆଉ କେତେ ବେଳେ ମଣିଷ ବଳି ପଡୁଥିଲେ ଏହି ହାତୀ ମଣିଷ ଲଢେଇରେ । ଜିଲ୍ଲାରେ ଏହି ହାତୀ ମୃତ୍ୟୁ ଘଟଣା ଅହେତୁକ ଭାବେ ବୃଦ୍ଧିକୁ ନେଇ ଢେଙ୍କାନାଳ ଜିଲ୍ଲା ମଧ୍ୟ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସି ସାରିଛି ।

ତେବେ ଏହି ହାତୀ ମାନେ ରାଜପଥ ଓ ରେଳପଥକୁ ଆସି ନିଜେ ବଳି ପଢ଼ୁଥିବା ସହ ଜନ ସାଧାରଣଙ୍କୁ ମଧ୍ୟ ନାକେଦମ କରୁଥିବା ଅନେକ ନଜିର ଅଛି । ଜନବସତି ମାନଙ୍କର ଏହି ହାତୀ ଉପଦ୍ରବ ସୀମାର ସରହଦ ଟପି ଯାଇଥିଲା। ବିଶେଷକରି ଏହି ହାତୀ ଉପଦ୍ରବ ଢେଙ୍କାନାଳ କିଲ୍ଲାର ଓଡ଼ପଡା ,ପରଜଙ୍ଗ,କାମାକ୍ଷ୍ୟାନଗର ଓ ହିନ୍ଦୋଳ ବ୍ଲକର ଅଧିକାଂଶ ଚାଷୀ ମାନଙ୍କର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି।

ହାତୀ ମଣିଷ ଲଢ଼େଇରେ ପୂର୍ଣ୍ଣଛେଦ ଟାଣିଲା ଲକଡାଉନ, ବାହାରିଲା ବିକଳ୍ପ ବାଟ

ଗାଁ ଗାଁ ରେ ପଶି ହାତୀ ଉପଦ୍ରବ ଲୋକଙ୍କୁ ନୟାନ୍ତ କରିଥିଲା । ଏପରିକି ଏହି ହାତୀ ମଣିଷ ଲଢ଼େଇର ବିକଳ୍ପକୁ ନେଇ ପରିବେଶବିତ ଜଙ୍ଗଲ ନଷ୍ଟ,ଖାଦ୍ୟାଭାବ ,ଖାଦ୍ୟ ପରିବର୍ତନ ଓ ଜଳକୁ ଏହାର ବିକଳ୍ପ ବୋଲି କହୁଥିଲେ ।

କିନ୍ତୁ ଏହି କୋରନା କଟକଣା ଅର୍ଥାତ ଲକ ଡାଉନ ଏସବୁରେ ପୂର୍ଣ୍ଣଛେଦ ଟାଣିଦେଇଛି ବୋଲି ଓଡିଶା ବନ୍ୟ ପ୍ରାଣୀ ସମିତିର ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲା ବନ ଖଣ୍ଡ ଅଧିକାରୀ କ୍ୟାମେରା ସମ୍ମୁଖରେ ପାଟି ଖୋଲୁ ନାହାନ୍ତି ସତ । କିନ୍ତୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲାରେ ଗତ 5ବର୍ଷରେ 71ଟି ହାତୀ ମରିଥିବା ବେଳେ 103ଜଣ ଲୋକଙ୍କର ହାତୀ ଆକ୍ରମଣରେ ପ୍ରାଣହାନୀ ଘଟିଥିବା ଜଣାପଡିଛି।

ଏହାକୁ ଅନୁଶୀଳନ କଲେ ସେ ଟ୍ରେନ ହେଉକି ଟ୍ରକ ଧକା ହେଉ । କିମ୍ବା ବିଦ୍ୟୁତ ଆଘାତ ହେଉ ହାରାହାରି ପ୍ରତି ଦୁଇମାସ ରେ 3ଟି ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଆଉ ହାତୀ ଆକ୍ରମଣ ରେ ପ୍ରତି ଦୁଇମାସରେ 4ଜଣ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି।

ଏସବୁ ବାଦ ଶାନ୍ତ ସରଳ ଓ ମଣିଷର ସାଥି କୁହାଯାଉଥିବା ଏହି ହାତୀ ଏକପ୍ରକାର ରକ୍ତମୁଖା ପାଲଟି ଯାଇଥିଲେ ବୋଲି କହିଲେ ଭୁଲ ହେବ ନାହିଁ। ମାତ୍ର କୋରନାକୁ ନେଇ ଲକ ଡାଉନ ଯୋଗୁଁ ଗତ ଦୁଇ ମାସର ସ୍ଥିତିରୁ ଏହି ହାତୀ ମଣିଷ ଲଢେଇରେ ପୂର୍ଣ୍ଣଛେଦ ଟାଣିଦେଇଥିବା ସ୍ପଷ୍ଟ ହୋଇଯାଇଛି । ଆଉ ଗତ ଦୁଇ ମାସରେ ନା ମଣିଷ ନା ହାତୀ କାହାରି ଗୋଟିଏ ପ୍ରାଣ ହାନୀ ଘଟିନଥିବା ଦେଖାଯାଇଛି । ଫଳରେ ହାତୀ ଉପଦ୍ରବ ଅଂଚଳରେ ଲୋକ ମାନଙ୍କ ମନରେ ଏକ ନୂତନ ଆଶା ସଂଚାର କରିଛି ।

ଗତ ଦୁଇ ମାସରେ ଲକ ଡାଉନ ଯୋଗୁଁ ଖଣି ଖାଦାନ ବନ୍ଦ । ନା ଶିକାରୀ ନା ମଣିଷର କରିପାରୁଛି ହାତୀ ମାନଙ୍କ ଉପରେ ହାକିମାତି । ଫଳରେ ହାତୀ ମାନଙ୍କର ଉପସ୍ଥିତି ରହିଥିଲେ ମଧ୍ୟ ଉପଦ୍ରବ ନାହିଁ। ଯାହାକୁ ନେଇ ଶାନ୍ତିରେ ନିଶ୍ୱାସ ମାରୁଛନ୍ତି ଚାଷୀ। ଫଳରେ ଏହି ହାତୀ ମଣିଷ ଲଢ଼େଇରେ ଚିନ୍ତାରେ ରହିଥିବା ସରକାରଙ୍କ ପାଇଁ ଏହି ଲକ ଡାଉନ ର ସ୍ଥିତି ହିଁ ବିକଳ୍ପର ବାଟ ଫିଟାଇ ଦେଇଛି।

ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 27, 2020, 10:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.