ETV Bharat / state

ଲକଡାଉନ ପ୍ରଭାବ; ବିଲରେ ନଷ୍ଟ ଟନ୍ ଟନ୍ ଟମାଟୋ, ଚାଷୀ ହତାଶ

ସାରା ରାଜ୍ୟରେ ମହାମାରୀ କୋରନାକୁ ନେଇ ଲକଡାଉନ ସହ କଡା କଟକଣା ଜାରୀ କରାଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଟମାଟୋ ଯୋଗାଉଥିବା ଢେଙ୍କାନାଳ କିଲ୍ଲାରେ ଟମାଟୋ ଚାଷୀ ମାନଙ୍କ ମୁଣ୍ଡରେ ପଡିଛି ଚଡ଼କ । ଲକଡାଉନ ଯୋଗୁଁ ବିକ୍ରି କରି ନପାରି ବିଲରେ ଟମାଟୋ ସବୁ ପଚି ସଢି ପଡି ରହିଛି । ନିଜ ଆଖି ଆଗରେ ଝାଳବୁହା ପରିଶ୍ରମ କରି ଏପରି ଉଜୁଡି ଯିବା ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଅଧିକ ପଢନ୍ତୁ...

author img

By

Published : Apr 9, 2020, 5:51 PM IST

situation-of-tomato-cultivation-in-dhenkanal-during-covid19-lockdown-period
ଲକଡାଉନ ସମୟରେ ଢେଙ୍କାନାଳର ଟମାଟୋ ଚାଷୀଙ୍କ ପରିସ୍ଥିତି

ଢେଙ୍କାନାଳ: ସାରା ରାଜ୍ୟରେ ମହାମାରୀ କୋରୋନାକୁ ନେଇ ଚାରିଆଡେ ଆତଙ୍କ । କୋରନା ସଂକ୍ରମଣର ମୁକାବିଲା ପାଇଁ ଜାରି ରହିଛି ୨୧ଦିନିଆ ଲକଡାଉନର କଡା କଟକଣା । ଏହି ସମୟରେ ରାଜ୍ୟ ବିଭିନ୍ନ ଜିଲ୍ଲାକୁ ଟମାଟୋ ଯୋଗାଉଥିବା ଢେଙ୍କାନାଳ କିଲ୍ଲାରେ ଟମାଟୋ ଚାଷୀ ମାନଙ୍କ ମୁଣ୍ଡରେ ପଡିଛି ଚଡ଼କ । ଏହି କଡା କଟକଣା ପ୍ରଭାବ ସିଧା ସଳଖ ପରିବା ଚାଷୀ ମାନଙ୍କ ଉପରେ ପଡିଛି । ଏପରିକି କୋରନା କଟକଣା ଢେଙ୍କାନାଳ ଜିଲ୍ଲାରେ ଟମାଟୋ ଚାଷୀ ମାନଙ୍କ ମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି ।

ଢେଙ୍କାନାଳ ଜିଲ୍ଲା ଗଁଦିଆଁ ବ୍ଲକର ହାତିବାରୀ ଗ୍ରାମ ୭୦ରୁ ୮୦ ଟି ପରିବାର ଶହେ ରୁ ଉର୍ଦ୍ଧ ଏକର ବିଲରେ ଟମାଟୋ ଚାଷ କରିଛନ୍ତି । ଟମାଟୋ ଚାଷରେ ଭଲ ଦୁଇ ପଇସା ଲାଭ ହେଉଥିବାରୁ ହାତ ଉଧାରୀ ସାଙ୍ଗକୁ ବ୍ୟାଙ୍କ ଓ ସମିତିରୁ ହଜାର ହଜାର ଟଙ୍କା ଋଣ କରି ଏହି ଟମାଟୋ ଚାଷରେ ଖର୍ଚ୍ଚ କରିଛନ୍ତି । ଭଲ ଦୁଇ ପଇସା ରୋଜଗାର ପାଇଁ ସହ ସହ ଏକର ଟମାଟୋ କରିଥିବା ଚାଷୀକୂଳକୁ ହତାସ କରିଦେଇଛି । ବିକ୍ରି କରି ନପାରି ବିଲରେ ଟମାଟୋ ସବୁ ପଚି ସଢି ପଡି ରହିଛି । ନିଜ ଆଖି ଆଗରେ ଝାଳବୁହା ପରିଶ୍ରମ ଫଳ ବସବୁ ଏପରି ଉଜୁଡି ଯିବାରୁ ବିଲ ହିଡରେ ମୁଣ୍ଡରେ ହାତଦେଇ ବସିଛି ଚାଷୀ ।

ବିଶେଷ କରି ବନ୍ୟା ବାତ୍ୟା ଧାନ ଫସଲ କ୍ଷତିର ଭରଣା କରିବାକୁ ଟମାଟୋ ଚାଷକୁ ଅପଣେଇଥିବା ଚାଷୀମାନେ ପ୍ରକାଶ କରନ୍ତି । ଏଠାରୁ ଦୈନନ୍ଦିନ ରାଜ୍ୟର ଅନେକ ଜିଲ୍ଲାକୁ ଟମାଟୋ ଯୋଗାଇ ଥାନ୍ତି ଏହି ଚାଷୀ । ମାତ୍ର ଲକ ଡାଉନ ଯୋଗୁଁ ବେପାରି ଅସୁନଥିବା ବେଳେ ଚାଷୀମାନେ ମଧ୍ୟ ବାହାରକୁ ଯାଇ ପାରୁନାହାନ୍ତି । ଫଳରେ କିପରି ଋଣ ସୁଝିବେ ଏମାନଙ୍କର ଏବେ ଚିନ୍ତା ବଢିଯାଇଛି । ଢେଙ୍କାନାଳ ଜିଲ୍ଲାରେ ୨୯୬୧ହେକ୍ଟର ଜମିରେ ଟମାଟୋ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ଅନ୍ୟୁନ ୪୩୦ ଟନ ଟମାଟୋ ଆମଦାନୀ ହେବା କଥା । ଜିଲ୍ଲାର ସଦର ବ୍ଲକର ସପ୍ତଶଯ୍ୟା,କମନିଙ୍ଗ,ଶଙ୍କରପୁର, ଗଁଦିଆ ବ୍ଲକର ଏହି ହାତିବାରି ଓ ଲଟା ବାଇଶିଙ୍ଗା ଆଦି ଅଞ୍ଚଳର ଏହି ଚାଷୀ ମାନଙ୍କ ଅନୁରୂପ ଅବସ୍ଥା ଶୋଚନୀୟ ।

ଏହି ଲକଡାଉନ ଟମାଟୋ ଚାଷୀଙ୍କୁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ସ୍ଥିତିରେ ପକାଇଦେଇଥିବା ବେଳେ ସେମାନଙ୍କୁ ସରକାରୀସ୍ତରରେ ସାହାଯ୍ୟ ସହଯୋଗର ଆବଶ୍ୟକତା ବୋଲି ଉଦ୍ୟାନ ବିଭାଗର ଉପ ନିର୍ଦେଶକ ସ୍ବୀକାର କରିଛନ୍ତି । ଗୋଟିଏ ପଟରେ କୋରନା କଟକଣା ନେଇ ଆଖି ଆଗରେ କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ ଉଜୁଡି ଯାଉଛି । ଏପଟେ ଋଣ ସୁଝିବ ଚିନ୍ତା ଘାରୁଛି । ଫଳରେ ଟମାଟୋ ଚାଷୀକୂଳକୁ ଏହି କୋରନା କଟକଣା ସମ୍ପୂର୍ଣ୍ଣ ହତାସ କରିଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.