ଢେଙ୍କାନାଳ: ବାରହା ଫାଶରେ ପଡି କଲରାପତରିଆ ବାଘ(Leopard) ବାଘର ମୃତ୍ୟୁ । ବାଘର ମୃତଦେହ ହିନ୍ଦୋଳ କୋଇ ସଂରକ୍ଷିତ ଜଙ୍ଗଲର ଶରଣାବେଡା ନିକଟରୁ ଉଦ୍ଧାର କରାଯାଇଛି । ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ କରି ପୋତି ଦିଆଯାଇଛି ।
ଶିକାରୀମାନେ ବାରହା ପାଇଁ ଫାଶ ବିଛାଇଥିବା ବେଳେ ସେଥିରେ ବାଘ ଛନ୍ଦି ହୋଇ ତାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ, ହିନ୍ଦୋଳ ବନ ବିଭାଗ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଦେହ କରି କର୍ଣ୍ଣପୁରର ୩ଜଣଙ୍କ ଗ୍ରାମବାସୀଙ୍କୁ ଘରୁ ଉଠାଇ ଆଣିଥିଲା ।
ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ । କର୍ଣ୍ଣପୁର ଗ୍ରାମବାସୀ ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ମଇଧରପୁର ନିକଟରେ ଟାୟାର ଜାଳି ଅବରୋଧ କରିଥିଲେ । ଫଳରେ ଅଟକ ଥିବା ୩ଜଣଙ୍କୁ ବନ ବିଭାଗ ଛାଡି ଦେଇଥିବା ବେଳେ ଏହି ବାଘ ମୃତ୍ୟୁ ମାମଲାର ତନାଘନା ଜାରି ରହିଛି । ଗତ ଚାରି ଦିନ ପୂର୍ବରୁ ବାଘର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ