ଢେଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାର୍ଥୀପତ୍ର ଦାଖଲର ଗତକାଲି(ଶୁକ୍ରବାର) ଅନ୍ତିମ ଦିବସରେ ଢେଙ୍କାନାଳ ଜିଲ୍ଲାରେ ସମସ୍ତ ୨୭ଟି ଆସନ ପାଇଁ ବିଜେଡିର ସମସ୍ତ ଜିଲ୍ଲା ପରିଷଦ ପାର୍ଥୀ ପର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରରେ ଓଡ଼ପଡା, ସଦର ବ୍ଲକ ଓ ଗଁନ୍ଦିଆ ବ୍ଲକର ସମସ୍ତ ୧୧ଟି ଜୋନ୍ ୧୧ ଜଣ ପର୍ଥୀ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିନ୍ଦୋଳ ବ୍ଲକର ୪ଟି ଜୋନ ପାଇଁ ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିପରି କାମାକ୍ଷା ନଗର ଉପଜିଲ୍ଲାପାଳଙ୍କ ପାଖରେ କାମାକ୍ଷାନଗର, ଭୁବନ ଓ ପରଜଙ୍ଗ ବ୍ଲକର ମୋଟ ୧୨ଟି ଜୋନ ପାଇଁ ୧୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଢେଙ୍କାନାଳରେ ଢେଙ୍କାନଳ ବିଧ୍ୟାୟକ ସୁଧୀର ସାମଲ ଓ ଢେଙ୍କାନଳ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ