ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପୁଲିସ ଆମ୍ବପାଳସ ଗାଁରେ ବିପୁଳ ପରିମାଣରେ ମଦ ଜବତ କରାଯାଇଛି । ଦେଶୀ ମଦ ପ୍ରସ୍ତୁତ କରୁଥିବା ଏକ ଅଡ୍ଡାରୁ ତିନି ହଜାର ପାଞ୍ଚଶହ ଲିଟର ମହୁଲି ପୋଚ, ଶହେ ଲିଟର ଦେଶୀ ମଦ ଓ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି ।
ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ପରଜଙ୍ଗ ଥାନା ଅଧିକାରୀଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍ ଆମ୍ବପଳାଷ ଗାଁରେ ଚଢାଉ କରିଥିଲା । ହେଲେ ଘଟଣାସ୍ଥଳରୁ ମଦ ପ୍ରସ୍ତୁତକାରୀମାନେ ଫେରାର ହୋଇଯାଇଛନ୍ତି । ଦିର୍ଘଦିନ ହେବ ଏହି ଅଞ୍ଚଳରେ ମଦ ତିଆରି କରାଯାଉଥିବାର ଅଭିଯୋଗ ହେଉଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ