ETV Bharat / state

ରାଜସ୍ବ ମନ୍ତ୍ରୀଙ୍କ ଦ୍ବାରା ଭୂମିହୀନଙ୍କୁ ପ୍ରମାଣପତ୍ର ପ୍ରଦାନ - ରାଜସ୍ବ ମନ୍ତ୍ରୀଙ୍କ ଦ୍ବାରା ଭୂମିହୀନ ପ୍ରମାଣପତ୍ର ପ୍ରଦାନ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଭୂମିହୀନଙ୍କୁ ପ୍ରମାଣପତ୍ର ଓ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି।

dhenkanal
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ
author img

By

Published : Dec 20, 2019, 8:16 AM IST

ଢେଙ୍କାନାଳ: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଭୂମିହୀନଙ୍କୁ ପ୍ରମାଣପତ୍ର ଓ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ 250 ଜଣଙ୍କୁ ଭୂଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ମୋଟ 2ହଜାର 3ଶହ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ଜାଗା ମିଶନ ଏକ ମାନବିକ ପଦକ୍ଷେପ ବୋଲି ପୂର୍ତ୍ତବିଭାଗ ମନ୍ତ୍ରୀ ଜଣାଇଛନ୍ତି। ଏହାକୁ ସ୍ବଚ୍ଛତାର ସହ ସମାପନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଢେଙ୍କାନାଳ ସଦର ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଭୂମିହୀନମାନଙ୍କୁ ଭୁ ଅଧିକାର ପ୍ରମାଣପତ୍ର ଓ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବାଣ୍ଟିଲେ ରାଜସ୍ବ ମନ୍ତ୍ରୀ/ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାରାଣ୍ଡି
ଆଙ୍କର- ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଭୂମିହୀନମାନଙ୍କୁ ପ୍ରମାଣପତ୍ର ଓ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି।Body:ମୁ୍ଖ୍ୟ ଅତିଥି ଭାବେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମିରାଣ୍ଡି ଯୋଗଦେଇ ୨୫୦ଜଣ ଭୂମିହୀନଙ୍କୁ ଭୂ ଅଧିକାର ପ୍ରମାଣପତ୍ର ପ୍ରଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲାର ସମୁଦାୟ ୨୩୦୦ ଲୋକଙ୍କୁ ଭୂମି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ଖଣି ଇସ୍ପାତ ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ଜାଗା ମିଶନ ଏକ ମାନବିକ ପଦକ୍ଷେପ ।ଏହି କାର୍ଯ୍ୟକ୍ରମକୁ ସ୍ବଚ୍ଛତାର ସହ ସମାପନ କରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହି ଉତ୍ସବ ସମାରୋହରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସ୍ବାଗତ ଭାଷଣ ଓ ସୂଚନା ପ୍ରଦାନ କରିଥିଲେ।Conclusion:ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.