ଢେଙ୍କାନାଳ: ସୁକିନ୍ଦା ତାଳଚେର ନିର୍ମାଣଧିନ ରେଳପଥରୁ ଜଣେ ଶ୍ରମିକର ମୃତଦେହ ଉଦ୍ଧାର ହୋଇଛି । ମୃତକ ଶ୍ରମିକ ଜଣଙ୍କ ବାଲିଝାଟି ଗ୍ରାମର ଭବାନୀ ଦିଆଣି । ଏପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ।
ସୂଚନାନୁଯାୟୀ, ବାଲିଝାଟି ଗ୍ରାମର ଭବାନୀ ଦିଆଣି ସୁକିନ୍ଦା ତାଳଚେର ନିର୍ମାଣଧୀନ ରେଳପଥ କାମ କରିବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିର୍ମାଣଧୀନ ରେଳପଥରୁ ତାଙ୍କର ମୃତଦେହ ମିଳିଥିଲା । ମୃତଦେହ ମିଳିବା ପରେ ରାତି ତମାମ ଜଗିରହିଥିଲେ ପରିବାର ଲୋକେ ।
ତେବେ ଆଜି(ସୋମବାର) ସକାଳୁ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ୫୩ ଅବରୋଧ କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ତିନି ଘଣ୍ଟା ପରେ ରାସ୍ତା ରୋକ ହଟିଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ