ETV Bharat / state

ସମସ୍ୟାର ଚକ୍ରବ୍ୟୁହରେ 'କଙ୍କା ଗାଁ' - ମୌଳିକ ବ୍ୟବସ୍ଥା

ବର୍ଷକର ପ୍ରାୟ ତିନି ଚାରିମାସ ଜଳବନ୍ଦୀ । ସ୍କୁଲ ଓ ବିଜୁଳି ସମସ୍ୟା ସାଙ୍ଗକୁ ପାଣି କାଦୁଅରେ ହନ୍ତସନ୍ତ ହେଉଛି ଜୀବନ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର କଙ୍କା ଗ୍ରାମବାସୀ କିପରି ଦୁର୍ବିସହ ଜୀବନ ବିତାଉଛନ୍ତି ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ..

ସମସ୍ୟାର ଚକ୍ରବ୍ୟୁହରେ 'କଙ୍କା ଗାଁ'
ସମସ୍ୟାର ଚକ୍ରବ୍ୟୁହରେ 'କଙ୍କା ଗାଁ'
author img

By

Published : Sep 3, 2020, 7:55 PM IST

ଢେଙ୍କାନାଳ: ବର୍ଷକର ପ୍ରାୟ ତିନି ଚାରି ମାସ ଜଳବନ୍ଦୀ ଅବସ୍ଥା । ସ୍କୁଲ ଓ ବିଜୁଳି ସମସ୍ୟା ସାଙ୍ଗକୁ ପାଣି କାଦୁଅରେ ହନ୍ତସନ୍ତ ହେଉଛି ଜୀବନ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର କଙ୍କା ଗ୍ରାମବାସୀ କିପରି ଦୁର୍ବିସହ ଜୀବନ ବିତାଉଛନ୍ତି ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ..

ସମସ୍ୟାର ଚକ୍ରବ୍ୟୁହରେ 'କଙ୍କା ଗାଁ'

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ବାଇସିଂହା ପଞ୍ଚାୟତର ଏ ହେଉଛି କଙ୍କା ଗ୍ରାମ । ଗ୍ରାମରେ ବାସ କରନ୍ତି ୧୫୦ଟି ପରିବାର । ପ୍ରାୟ ୮ ଶହ ଲୋକ ବସବାସ କରୁଥିବା ଗ୍ରାମବାସୀଙ୍କ ଦିନ ମଜୁରୀ ଓ ଚାଷବାସ ହିଁ ବେଉଷା । ଭୌଗଳିକ ଦୃଷ୍ଟିକୋଣରୁ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଏହି ଗାଁଟି ବର୍ଷକର ପ୍ରାୟ ତିନି ଚାରିମାସ ବିଛିନ୍ନାଞ୍ଚଳ ପାଲଟିଯାଏ । କାରଣ ବର୍ଷା ଟୋପାଏ ପଡିଲେ ଏଠାରେ ସୃଷ୍ଟି ହୋଇଥାଏ ବନ୍ୟା । ଗ୍ରାମକୁ ଯୋଗାଯୋଗ କରିଥିବା ମୁଖ୍ୟ ରାସ୍ତାରେ ୫ଫୁଟର ପାଣି ଯୋଗୁଁ 4ମାସ ଧରି ଜଳବନ୍ଦୀ ଜୀବନ ବିତାନ୍ତି ଗ୍ରାମବାସୀ ।

ମୌଳିକ ସୁବିଧାରୁ କାହିଁ କେତେ ଦୂରରେ ଏହି ଗ୍ରାମବାସୀ । ପାନୀୟ ଜଳ ପାଇଁ ପାଇପ ପାଣି ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା ମୂଲ୍ୟହୀନ । ଏପରିକି ଦିନ ଦିନ ଧରି ବିଦ୍ୟୁତ ନରହିବାରୁ ଏହି ପାଣି ପମ୍ପ ଥାଇ ମଧ୍ୟ ଅଚଳ । ଏପଟେ କୂଅ ପୋଖରୀ ବନ୍ୟା ପାଣିରେ ବୁଡି ରୁହେ । ଆଉ ନଳକୂପର ପାଣି କଥା ନକହିବା ଭଲ । ଫଳରେ ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ହୁଅନ୍ତି ଗ୍ରାମବାସୀ । ଏପଟେ ସରକାର ଗାଁ ଗହଳିର କଳା ସଂସ୍କୃତିକୁ ପୁନରୁଦ୍ଧର ପାଇଁ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ଗ୍ରାମର ଭାଗବତ ଟୁଙ୍ଗି ଭଙ୍ଗା ଦଦରା ହୋଇ ପଡିରହିଛି । ଏପରି ସମସ୍ୟା ସମ୍ପର୍କରେ ବାରମ୍ବାର ସରପଞ୍ଚଙ୍କ ଠାରୁ ବିଡ଼ିଓ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି ଏମାନଙ୍କ ଦୁଃଖ । ଖାଲି ଏତିକିରେ ଅଟକିନାହିଁ ଗ୍ରାମବାସୀଙ୍କ ସମସ୍ୟା । ପ୍ରଥମରୁ ୫ମ ଶ୍ରେଣୀ ଯାଏ ଗାଁ ରେ ସ୍କୁଲ ରହିଥିଲେ ମଧ୍ୟ ୬ଷ୍ଠ ଶ୍ରେଣୀରୁ ୩କିମି ଦୂର ବାଇସିଂହାକୁ ପାଠ ପଢିବାକୁ ଯିବାକୁ ପଡିଥାଏ । ବର୍ଷକ ପ୍ରାୟ ତିନି ଚାରି ମାସ ରାସ୍ତାରେ ପାଣି ଯୋଗୁଁ ଏମାନଙ୍କ ପାଠ ପଢାରେ ତାଲା ପଡିଯାଏ । ଗାଁରେ ଥିବା ସ୍କୁଲ ଚଳିତ ଶିକ୍ଷାବର୍ଷରୁ କମ ଉପସ୍ଥାନ ଆଳରେ ବନ୍ଦ ହୋଇଯାଇଛି । ଏପରି ସ୍ଥଳେ ଏହି ସ୍କୁଲ ବନ୍ଦ ଯୋଗୁଁ ପିଲାଙ୍କ ପାଠପଢା ପାଇଁ କିଛି ଲୋକ ଗାଁ ଛାଡି ବାକୁ ବାଧ୍ୟ ହୋଇଛନ୍ତି । ମାତ୍ର ଏହି ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରାଯାଇଥିବାରୁ ଗରିବ ଓ ଦିନମଜୁରିଆ ଲୋକଙ୍କର ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଏହି ଗାଁ ସମସ୍ୟା ସମ୍ପର୍କରେ ଢେଙ୍କାନାଳ ଉପଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି ।

ନାନା ସମସ୍ୟାରେ ଦହଗଞ୍ଜ ହେଉଥିବା ଏହି ଗ୍ରାମବାସୀଙ୍କ ଜୀବନ ଏକ ପ୍ରକାର ଦୁର୍ବିସହ ହୋଇପଡିଛି । ଆଉ ସରକାରୀ ବାବୁ ଓ ନେତା ମାନଙ୍କ ପ୍ରତିଶ୍ରୁତିରେ ଅଟକି ରହିଛି ଏମାନଙ୍କ ଭାଗ୍ୟ । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନର କରୁଣ ଦୃଷ୍ଟି କେବେ ପଡୁଛି କଙ୍କା ବାସିନ୍ଦାଙ୍କ ଉପରେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.