ETV Bharat / state

ମିଳୁନି ପାଉଣା, ଶ୍ରମ ଆୟୁକ୍ତଙ୍କ ଦ୍ବାରସ୍ଥ ହେଲେ ଶ୍ରମିକ

ଶ୍ରମିକଙ୍କୁ ମିଳୁନି ଦରମା । ମାସ ମାସ ଧରି ପାଉଣା ନ ପାଇ ପରିବାର ଚଳାଇବାରେ ସମସ୍ୟା ଭୋଗୁଛନ୍ତି ଶ୍ରମିକ । ଢେଙ୍କାନାଳ ଜିଲ୍ଲା କଳିଙ୍ଗ ଝୋଟ କାରଖାନାର ଶତାଧିକ କର୍ମଚାରୀ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

author img

By

Published : Nov 3, 2022, 12:50 PM IST

ମିଳୁନି ପାଉଣା, ଶ୍ରମ ଆୟୁକ୍ତଙ୍କ ଦ୍ବାରସ୍ଥ ହେଲେ ଶ୍ରମିକ
ମିଳୁନି ପାଉଣା, ଶ୍ରମ ଆୟୁକ୍ତଙ୍କ ଦ୍ବାରସ୍ଥ ହେଲେ ଶ୍ରମିକ

ଢେଙ୍କାନାଳ: କାମ କରିଛନ୍ତି ହେଲେ ଶ୍ରମିକଙ୍କୁ ମିଳୁନି ଦରମା । ମାସକର ନୁହେଁ ବରଂ 5 ମାସର ଦରମା ମିଳିନାହିଁ । ଫଳରେ ପରିବାର ଚଳାଇବା ପାଇଁ ସମସ୍ୟା ଭୋଗୁଛନ୍ତି ଶ୍ରମିକ । ଢେଙ୍କାନାଳ କଳିଙ୍ଗ ଝୋଟ କାରଖାନାର ଶତାଧିକ କର୍ମଚାରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ପ୍ରାପ୍ୟ ପାଇବାର ପାଇଁ ଶ୍ରମ ଆୟୁକ୍ତଙ୍କୁ ଜଣାଇଛନ୍ତି ।

ଠିକାଦାରଙ୍କ ମାଧ୍ୟମରେ ଗତ ଏକ ବର୍ଷ ଧରି କାମ କରି ଆସୁଛନ୍ତି । ମାତ୍ର ଦୁଇ ତିନି ମାସ ହେଲା ତାଙ୍କୁ ଦରମା ଦେଇନାହିଁ ଠିକାସଂସ୍ଥା । କାରଖାନା କର୍ତ୍ତୃପକ୍ଷ ଓ ଶ୍ରମ ଠିକାଦାରଙ୍କ ମଧ୍ୟରେ ସଲାସୁତରାରେ ଫେରାର ହୋଇଯାଇଛି ଶ୍ରମିକ ଠିକାଦାର । ଫଳରେ ବକେୟା ପାଉଣା ପାଇଁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ୫୦ରୁ ଉର୍ଦ୍ଧ୍ବ କର୍ମଚାରୀ । ଢେଙ୍କାନାଳ ସହରର ଫୁଲକୀ ନଗର ସ୍ଥିତ କଳିଙ୍ଗ ଝୋଟ କାରଖାନାର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଅଣଓଡ଼ିଆ କର୍ମଚାରୀଙ୍କ ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଏହା ବି ପଢନ୍ତୁ...ନବରଙ୍ଗପୁରକୁ ପୁଣି ଫେରିଲା ଝାଡ଼ାବାନ୍ତି, ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ADMO

ଏ ସମ୍ପର୍କରେ ଏହି ହତାଶ କର୍ମଚାରୀମାନେ କଳିଙ୍ଗ ଝୋଟ କାରଖାନା କର୍ତ୍ତୃପକ୍ଷ, ଜିଲ୍ଲା ଶ୍ରମ ଅଧିକାରୀଙ୍କ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ ସମସ୍ତେ ଚୁପ ବସିଛନ୍ତି । ଫଳରେ ଏହି କର୍ମଚାରୀ ମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଯାହାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଉକ୍ତ କର୍ମଚାରୀ ମାନଙ୍କୁ ବୁଝା ସୁଝା କରିବା ପରେ ଆନ୍ଦୋଳନରୁ ହଟିଛନ୍ତି ଏହି କର୍ମଚାରୀ । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ପ୍ରଶାସନ ଶ୍ରମିକଙ୍କ ଏ ସମସ୍ୟା ଦିଗରେ ପଦକ୍ଷେପ ନେଲେ ସେମାନେ ତାଙ୍କ ପରିଶ୍ରମର ମୂଲ ପାଇପାରନ୍ତେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.