ETV Bharat / state

ଜୀବନ ଜଞ୍ଜାଳରେ ଆଶାର ସନ୍ଧାନୀ, ମହିଳା ଉଦ୍ୟୋଗୀ ‘ଯାଜ୍ଞସେନୀ’

author img

By

Published : Mar 3, 2020, 7:03 AM IST

ତମାମ ବାଧା ବିଘ୍ନକୁ ଏଡାଇ ଧେର୍ଯ୍ୟ ଓ ନିଷ୍ଠା ଵଳରେ ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ଜଣେ ସଫଳ ମହିଳା ଉଦ୍ୟୋଗୀ ହେଉଛନ୍ତି ଢେଙ୍କାନାଳ ଗୋବିନ୍ଦପୁରର ଯାଜ୍ଞସେନୀ ଜେନା । ଯିଏ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ଦେଇଛନ୍ତି ରୋଜଗାରର ପନ୍ଥା । ଅଧିକ ପଢ଼ନ୍ତୁ...

Jagyanseni Jena, Successful lady entrepreneur, dhenkanal entrepreneur,  ମହିଳା ଉଦ୍ୟୋଗୀ ଯାଜ୍ଞସେନୀ, ମୁଁ ନାରୀ, ମହିଳା ଉଦ୍ୟୋଗୀ, ଗୋବିନ୍ଦ ଧୂପକାଠୀ, ଅନ୍ତର୍ଜାତୀୟ ମହିଳା ଦିବସ, international women's day, ଯାଜ୍ଞସେନୀ ଜେନା
ଜୀବନ ଯୁଦ୍ଧରେ ସଫଳ ମହିଳା ଉଦ୍ୟୋଗୀ ଯାଜ୍ଞସେନୀ

ଢେଙ୍କାନାଳ: ନାରୀ ସୃଷ୍ଟିର ଆଧାର । ନାରୀ ବିନା ସଂସାରର ପରିକଳ୍ପନା ଅସମ୍ଭବ। ନାରୀ ଗର୍ଭରୁ ଜନ୍ମ ନେଇ ସେ ନିଜେ ପୁଣି ଏକ ପରିପୂର୍ଣ ନାରୀଟିଏ ହୁଏ। ଗୋଟିଏ ସଂସାରକୁ ଜାବୁଡି ଧରେ ସୁଖରେ ଓ ଦୁଃଖରେ। ସଂସାରରେ ତାର ତ୍ୟାଗ ଅସୀମ। ତମାମ ବାଧା ବିଘ୍ନ ସତ୍ତ୍ବେ ନିଜକୁ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ପରିଚିତ କରିଥିବା ଏପରି ଜଣେ ନାରୀ ହେଉଛନ୍ତି ଢେଙ୍କାନାଳର ଯାଜ୍ଞସେନୀ ଜେନା ।

ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ଯାଜ୍ଞସେନୀ ଜେନା । ଯିଏ ଅଞ୍ଚଳରେ ବୋଇ ଅପା ଭାବେ ପରିଚିତ । ସ୍ବାମୀଙ୍କ ଶାରିରୀକ ଅକ୍ଷମତା ପରେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଯାଜ୍ଞସେନୀଙ୍କୁ ଘର ଘର ବୁଲି କ୍ଷୀର ବିକ୍ରି କରିବାକୁ ପଡିଥିଲା । ଜୀବନ ସଂଗ୍ରାମରେ ନିଜର ଧର୍ଯ୍ୟ, ନିଷ୍ଠା ଓ ଏକାଗ୍ରତାକୁ ପାଥେୟ କରି ଆଜି ଯାଜ୍ଞସେନୀ ପାଲଟିଯାଇଛନ୍ତି ଢେଙ୍କାନାଳର ଜଣେ ସୁପରିଚିତ ମହିଳା ଉଦ୍ୟୋଗୀ। ବହୁ ବାଧା ବିଘ୍ନ ସତ୍ତ୍ବେ ଗୋବିନ୍ଦପୁରରେ ଗଢି ଉଠିଛି ତାଙ୍କର ଗୋବିନ୍ଦ ଧୂପକାଠୀ ଉଦ୍ୟୋଗ । 2012 ମସିହାରୁ ନିଜେ ଘରେ ଆରମ୍ଭ କରିଥିବା ଏହି ଉଦ୍ୟୋଗ ଯାଜ୍ଞସେନୀଙ୍କ ପରିବାରର ଆର୍ଥିକ ଗୁଜୁରାଣ ମେଣ୍ଟାଇବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇ ପାରିଛି ।

ଏଠାରେ ପ୍ରସ୍ତୁତ ହର୍ବଲ ଧୂପକାଠୀ, କୃଷ୍ଣ ଦର୍ଶନ ଓ ଝୁଣା ଧୂପର ବଜାରରେ ବେଶ ଚାହିଦା ରହିଛି । ଏହାସହ ହୋମ କୁଣ୍ଡ ଓ କାଠି ବିହୀନ କୋନ ଧୂପର ମଧ୍ୟ ବଜାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଓରମାସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ପଲ୍ଲୀଶ୍ରୀ ମେଳା ମେଳା ଠାରୁ ଆରମ୍ଭ କରି ବିଭିନ୍ନ ମେଳା ଯାତ୍ରାରେ ଏହି ଗୋବିନ୍ଦ ଧୂପକାଠି କ୍ଲଷ୍ଟରର ଷ୍ଟଲ ଲାଗିଥାଏ । ଯାହା ଦ୍ବାରା ବେଶ ଦୁଇ ପଇସା ରୋଜଗାର କରି ପାରନ୍ତି ଗୋବିନ୍ଦ ଧୂପକାଠୀ ଉଦ୍ୟୋଗର ମହିଳା ମାନେ ।

ନିଜ ଉଦ୍ୟମ ବଳରେ ପୁଅକୁ ପାଠ ପଢ଼ାଇ ଏନଡିଏ ପରେ ଏବେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ କରାଇପାରି ପରିବାରର ସ୍ବତନ୍ତ ପରିଚୟ ସୃଷ୍ଟି କରିପାରିଛନ୍ତି ଯାଜ୍ଞସେନୀ । ଗୋବିନ୍ଦ ଧୂପକାଠି ମାଧ୍ୟମରେ ଦୈନିକ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଧୂପକାଠି ପ୍ରସ୍ତୁତ ହେଉଥିବା ବେଳେ ବାର୍ଷିକ ସମସ୍ତ ଖର୍ଚ୍ଚ ପରେ ପ୍ରାୟ ଅଢେଇରୁ ତିନି ଲକ୍ଷ ଟଙ୍କା ଲାଭ ମିଳିଥାଏ ବୋଲି କୁହନ୍ତି ଯାଜ୍ଞସେନୀ । ତାଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠା ଯୋଗୁଁ ସେ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ବର୍ଦ୍ଧନା। ଏପରିକି ଓରମାସ ପକ୍ଷରୁ ଏବେ 16ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଗୋବିନ୍ଦ ଧୂପକାଠି କ୍ଲଷ୍ଟରରେ ସାମିଲ କରିଥିବା ଜଣାପଡ଼ିଛି ।

ମାତ୍ର 10 ଜଣ ମହିଳାଙ୍କୁ ନେଇ ଆରମ୍ଭ କରିଥିବା ଏହି ଉଦ୍ୟୋଗରେ ବର୍ତ୍ତମାନ 70 ଜଣ ମହିଳା କାର୍ଯ୍ୟ କରୁଛନ୍ତି । ନିଜର ଦୈନନ୍ଦିନ କାମ ସାରି ଧୂପକାଠୀ ଉଦ୍ୟୋଗରେ କାମ କରି ରୋଜଗାରର ପନ୍ଥା ପାଇଥିବା ମହିଳା ମାନେ ବେଶ ଖୁସି । ନିଜ ଉଦ୍ୟମ ବଳରେ ଧୂପକାଠୀ ଉଦ୍ୟୋଗ ଆରମ୍ଭ କରି ଅନ୍ୟ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିଥିବା ଯାଜ୍ଞସେନୀ ସଭିଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.