ETV Bharat / state

ଜାଗା ମିଶନରେ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ

author img

By

Published : Oct 16, 2020, 3:36 PM IST

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଥିବା ଭୂମିହୀନଙ୍କୁ ଜାଗା ମିଶନ ଜରିଆରେ ଜମିପଟ୍ଟା ପ୍ରଦାନ କରାଯାଇଛି ।

ଜାଗା ମିଶନରେ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ
ଜାଗା ମିଶନରେ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ

ଢେଙ୍କାନାଳ: କାମାକ୍ଷାନଗର ଅଞ୍ଚଳରେ ଥିବା ଭୂମିହୀନଙ୍କୁ ଜାଗା ମିଶନ ଜରିଆରେ ଜମିପଟ୍ଟା ପ୍ରଦାନ କରାଯାଇଛି । ଚଳିତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାରଙ୍କ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି l ଏହି ପରିପ୍ରେକ୍ଷୀରେ କାମାକ୍ଷାନଗର ଏନଏସି କାର୍ଯ୍ୟାଳୟ ଠାରେ କାମାକ୍ଷାନଗର ବିଧାୟକ ତଥା ଖଣି, ଇସ୍ପାତ, ଓ ପୂର୍ତ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l

ରାଜ୍ୟ ସରକାରଙ୍କ ଜାଗା ମିଶନ ମାଧ୍ୟମରେ ଭୂମିହୀନ ପ୍ରଜାମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା l ଏହି ଅବସରରେ ସହରକୁ ସ୍ୱଚ୍ଛ ରଖିବା ପାଇଁ ତିନୋଟି ନୂତନ ତିନିଚକିଆ ଅଳିଆବୁହା ଗାଡିକୁ ଲୋକାର୍ପଣ କରାଯାଇଛି l ଏହାସହ ସରକାରଙ୍କ ମୋ ଖତ ଯୋଜନାକୁ ଲୋକାଭିମୁଖୀ କରାଯାଇ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାପାଇଁ ଉପସ୍ଥିତ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, କାମାକ୍ଷାନଗର ଉପ-ଜିଲ୍ଲାପାଳ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.