ଢେଙ୍କାନାଳ: ଏକ ବସ ଭିତରେ ଜଣେ ଦୁର୍ବୃର୍ତ୍ତ ଠାରୁ ବନ୍ଧୁକ ଛଡାଇ ତାକୁ କାବୁ କରିଥିବା ଢେଙ୍କାନାଳର ସାହାସୀ କନଷ୍ଟବଳଙ୍କୁ ଡିଜିପିଙ୍କ ପ୍ରଶଂସା । ଏନେଇ ପୋଲିସ ଡିଜି ଅଭୟ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ କରି କନେଷ୍ଟବଳ ଜଣ ସାହାସିକତାକୁ ପ୍ରସଂଶା କରିଛନ୍ତି । କନେଷ୍ଟବଳଙ୍କ ନାଁ ହିଂମାଶୁ ପାତ୍ର ଓ ସେ ସେକେଣ୍ଡ ଏସଏସ ବାଟାଲିୟନରେ କାର୍ଯ୍ୟରତ ଥିବା ସୂଚନା ମଳିଛି ।
ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳର ଜିଲ୍ଲା ଭୁବନ ନିଳକଣ୍ଠପୁର ବାଜି ରାଉତ ବ୍ରିଜ ଉପରେ ଶୁକ୍ରବାର ସନ୍ଧ୍ୟାରେ ହିଂମାଶୁ ଏକ ଯାତ୍ରୀ ବାହି ବସରେ ଯାତ୍ରା କରୁଥିବା ବେଳେ କେହି ଜଣେ ଦୁର୍ବୃର୍ତ୍ତ ହାତରେ ଏକ ବନ୍ଧୁକ ଧରି ଉକ୍ତ ବସ ମଧ୍ୟକୁ ପ୍ରବେଶ କରିବା ସହ ଡ୍ରାଇଭରଙ୍କୁ ଧମକ ଦେଇଥିଲେ । କିନ୍ତୁ ସେହି ବସରେ ସାଧା ପୋଷାକରେ ଯାତ୍ରା କରୁଥୁବା ହିଂମାଶୁ ତା ଠାରୁ ବନ୍ଧୁକ ଟିକୁ ଛଡାଇ ଆଣିବା ସହ ତାକୁ କାବୁ କରିବାରେ ସଫଳ ହୋଇଥିଲେ । ତେଣୁ ଦୁର୍ବୃତ୍ତ ଜଣକ ଲୁଟ ଉଦ୍ଦେଶ୍ୟରେ ମାରଣାସ୍ତ୍ର ଧରି ଚଢିଥିବା ବେଳେ ହିଂମାଶୁଙ୍କ ସାହାସିକତା ପାଇଁ ସେ କୋଣସି ଅପରାଧ ଘଟାଇବାରେ ସଫଳ ହୋଇପାରିନଥିବା ଜଣା ପଡିଛି ।
ପରେ ହିଂମାଶୁ ଉକ୍ତ ବନ୍ଧୁକକୁ ଭୁବନ ଥାନାରେ ଜିମା ଦେଇଥିବା ବେଳେ ତାହା ଏକ ନକଲି ବନ୍ଧୁକ ବୋଲି ଜମା ପଡିଛି । ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିବା ବେଳେ ତାକୁ ଧରିବା ପାଇଁ ଭୁବନ ପୋଲିସ ଏକ ତଦନ୍ତ କାରୀ ଟିମ ଗଠନ କରିଥିବା ଜଣା ପଡିଛି ।
ସେହିଭଳି ହିଂମାଶୁଙ୍କ ଏପରି ସାହାସିକତା ପାଇଁ କନ୍ଧମାଳ ଏସପି ତାଙ୍କୁ ଟୁଇଟ କରି ପ୍ରସଂଶା କରିଥିଲେ । ଆଜି ଉକ୍ତ ଘଟଣାରେ ଡିଜିପି ଅଭୟ ହିଂମାଶୁଙ୍କୁ ପ୍ରଶଂସା କରିବା କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇିଟଭି ଭାରତ