ETV Bharat / state

ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ଅଭିଯୋଗ

ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ଅଭିଯୋଗ ପରେ ବନ୍ଦ ହେଲା ସଙ୍ଗରୋଧ କେନ୍ଦ୍ର । ଅଧିକ ପଢନ୍ତୁ...

ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ଅଭିଯୋଗ
ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ଅଭିଯୋଗ
author img

By

Published : Jun 17, 2020, 12:02 PM IST

ଢେଙ୍କାନାଳ: ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ । ସରପଞ୍ଚଙ୍କ ନାଁରେ ଅଭିଯୋଗ ଆଣିଲେ ମହିଳା । ଏହା ପରେ ଉକ୍ତ ସଙ୍ଗରୋଧ କେନ୍ଦ୍ରକୁ ବନ୍ଦ କରିବା ସହ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ଦେଇଛି ପ୍ରଶାସନ ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ସରପଞ୍ଚଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ସରପଞ୍ଚ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରାଯାଇଥିଲା । ହେଲେ ପରେ ଜାମିନ ଦେଇ ଭୁବନ ପୋଲିସ ଉକ୍ତ ସରପଞ୍ଚଙ୍କୁ ଛାଡି ଦେଇଛନ୍ତି । ସେପଟେ, ପ୍ରଶାସନ ବାଲିବୋ ସଙ୍ଗରୋଧ କେନ୍ଦ୍ରକୁ ବନ୍ଦ କରିବା ସହ ସମସ୍ତ ପ୍ରବାସୀଙ୍କୁ ଘରକୁ ପଠାଇ ଦେଇଛି ।

ଘରକୁ ଛାଡିବା ପୂର୍ବରୁ ପ୍ରଶାସନ ପ୍ରବାସୀଙ୍କ କୋଭିଡ ଟେଷ୍ଟ କରାଇଥିଲା କି ? ସେମାନେ ସଙ୍ଗରୋଧରେ ଧାର୍ଯ୍ୟ ସମୟ ରହିଥିଲେ ନା ନାହିଁ ? ସେନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.