ETV Bharat / state

ଢେଙ୍କାନାଳରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ୪ହଜାର - ଢେଙ୍କାନାଳରେ କୋରୋନା

ସୋମବାର ଜିଲ୍ଲାରେ ପୁଣି ୭୪ ଜଣ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ଏହି ନୂଆ ଚିହ୍ନଟକୁ ମିଶାଇ ଢେଙ୍କାନାଳ ଜିଲ୍ଲାରେ ପଜେଟିଭ ସଂଖ୍ୟା ୪ ହଜାର ୫୩ରେ ପହଞ୍ଚିଛି ।

ଢେଙ୍କାନାଳରେ କୋରୋନା
ଢେଙ୍କାନାଳରେ କୋରୋନା
author img

By

Published : Oct 5, 2020, 5:20 PM IST

ଢେଙ୍କାନାଳ: କ୍ରମାଗତ ଭାବେ ରାଜ୍ୟରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଢେଙ୍କାନାଳ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଟପିଥିବା ଜଣାପଡିଛି । ସୋମବାର ଜିଲ୍ଲାରେ ପୁଣି ୭୪ ଜଣ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ଏହି ନୂଆ ଚିହ୍ନଟକୁ ମିଶାଇ ଢେଙ୍କାନାଳ ଜିଲ୍ଲାରେ ପଜେଟିଭ ସଂଖ୍ୟା ୪ ହଜାର ୫୩ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫୨ଜଣ ହୋମକ୍ବାରେଣ୍ଟାଇନ, ୧୪ ସ୍ଥାନୀୟ ସଂକ୍ରମିତ, କଟକ ଓ ଭୁବନେଶ୍ବରରୁ ୮ ଜଣ ଚିହ୍ନଟ କରାଯାଇଛି ।

ସୋମବାର ଢେଙ୍କାନାଳ ମ୍ୟୁନିସପାଲଟିରୁ ୧୯ ଜଣ, ଓଡାପଡାରୁ ସର୍ବାଧିକ ୩୫ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କାମାକ୍ଷାନଗରରୁ ୩, ଭୁବନରୁ ୪ , ପରଜଙ୍ଗ ୨, ହିନ୍ଦୋଳ, ସଦରକାମାକ୍ଷାନଗର ଏନଏସିରୁ ଜଣେ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଢେଙ୍କାନାଳସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଚିକିତ୍ସା ପରେ ୭୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୦୫୩ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୪୩୮ ଜଣ ଆକ୍ରାନ୍ତ ଚିକିତ୍ସା ପରେ ଆରୋଗ୍ୟ ହୋଇ ଫେରିଛନ୍ତି । ତେବେ ୬୦୫ଜଣ ଚିକିତ୍ସିତ ଅଛନ୍ତି । ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚି ସାରିଲାଣି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.