ETV Bharat / state

ମାଙ୍କଡ଼ା ପଥର ଚୋରାଚାଲାଣ; ଟ୍ରକ-ଟ୍ରାକ୍ଟର ଜବତ ସହ ୪ ଅଟକ - 4 accused in police custody

ଚୋରାଚାଲାଣ ବେଳେ ମାଙ୍କଡ଼ା ପଥର ବୋଝେଇ ଗୋଟିଏ ଟ୍ରକ ସହ ତିନୋଟି ଟ୍ରାକ୍ଟର ଜବତ କଲା ଭୁବନ ପୋଲିସ । ଏହା ସହ 4 ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଅଧିକ ପଢନ୍ତୁ...

ମାଙ୍କଡ଼ା ପଥର ଚୋରାଚାଲାଣ; ଗୋଟିଏ ଟ୍ରକ, ତିନୋଟି ଟ୍ରାକ୍ଟର ସହ ୪ ଅଟକ

author img

By

Published : Apr 26, 2021, 12:57 PM IST

ଢେଙ୍କାନାଳ: ଚୋରାଚାଲାଣ ବେଳେ ମାଙ୍କଡ଼ା ପଥର ବୋଝେଇ ଗୋଟିଏ ଟ୍ରକ ସହ ତିନୋଟି ଟ୍ରାକ୍ଟର ଜବତ କଲା ଭୁବନ ପୋଲିସ । ତେବେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଦିନକୁ ଦିନ ବେଆଇନ ମାଙ୍କଡା ପଥର କାରବାର ବୃଦ୍ଧି ପାଉଥିବା ବେଳେ ଏହାର ଚେର ଗନ୍ଦିଆଠାରୁ ଆରମ୍ଭ କରି ଭୁବନ ପର୍ଯ୍ୟନ୍ତ ଲମ୍ବିଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ଏବଂ ଏଥିରେ କିଛି ଅସାଧୁ ସରକାରୀ କର୍ମଚାରୀଙ୍କର ମଧ୍ୟ ସପୃକ୍ତି ଥିବା ଜଣାପଡ଼ିଛି ।

ମାଙ୍କଡ଼ା ପଥର ଚୋରାଚାଲାଣ; ଗୋଟିଏ ଟ୍ରକ, ତିନୋଟି ଟ୍ରାକ୍ଟର ସହ ୪ ଅଟକ

ବର୍ତ୍ତମାନ ନାଇଟ କର୍ଫ୍ୟୁର ସୁଯୋଗ ନେଇ ଏହି ଚୋରା କାରବାର ବେସ ଆରାମରେ ଚାଲିଥିବା ବେଳେ ଭୁବନ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଗତକାଲି ବିଳମ୍ବିତ ରାତିରେ ଚଢାଉ କରି ୪ଟି ପଥର ବୋଝେଇ ଗାଡି ଧରିବାରେ ସକ୍ଷମ ହୋଇଥିଲେ । ଭୁବନ ଥାନାରେ ଗୋଟିଏ ଟ୍ରକ ଓ ତିନୋଟି ଟ୍ରାକ୍ଟର ସହ ୪ ଜଣଙ୍କୁ ଅଟକ ରଖାଯାଇଛି ।

ତେବେ ଏହି ଗାଡି ଗୁଡିକ ଭୁବନ ମହୁଲପାଳ ରାସ୍ତାରେ ଯାଉଥିବା ବେଳେ କୋଣସି ସୂତ୍ରରୁ ଖବର ପାଇ ଭୁବନ ପୋଲିସ ଚଢାଉ କରିଥିଲା । ହେଲେ ଏହି ପଥର କେଉଁଠାରେ ଉତ୍ତୋଳନ କରାଯାଉଛି, ଏନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.