ETV Bharat / state

ଆଇଜିଆଇଟି ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତଙ୍କୁ ସହକର୍ମଚାରୀଙ୍କ ବହିଷ୍କାର ଦାବି

author img

By

Published : Oct 31, 2019, 11:39 AM IST

ତେଜିବାରେ ଲାଗିଛି ଆଇଜିଆଇଟି, ସରାଙ୍ଗରେ ଛାତ୍ରୀଙ୍କ ଅସଦାରଣ ମାମଲା । ଯାହାକୁ ଭିନ୍ନ ମୋଡ ଦେବାକୁ ଯାଇ ନୂଆ କାହାଣୀ ତିଆରି କରିଛନ୍ତି ଅଭିଯୁ୍କ ଆକାଉଣ୍ଟାଣ୍ଟ ଅଫିସର । ଘଟଣାକୁ ନେଇ ପଚରାଯିବାରୁ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ତାଙ୍କ ସମ୍ପର୍କୀୟ ବୋଲି ସଫେଇ ଦେଇଛନ୍ତି ଅଭିଯୁକ୍ତ ଆକାଉଣ୍ଟାଣ୍ଟ ଅଫିସର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ତେଜିବାରେ ଲାଗିଛି ଆଇଜିଆଇଟି, ସରାଙ୍ଗରେ ଛାତ୍ରୀଙ୍କ ଅସଦାଚରଣ ମାମଲା । ଯାହାକୁ ଭିନ୍ନ ମୋଡ ଦେବାକୁ ଯାଇ ନୂଆ କାହାଣୀ ତିଆରି କରିଛନ୍ତି ଅଭିଯୁ୍କ୍ତ ଆକାଉଣ୍ଟାଣ୍ଟ ଅଫିସର । ଘଟଣାକୁ ନେଇ ପଚରାଯିବାରୁ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ତାଙ୍କ ସମ୍ପର୍କୀୟ ବୋଲି ସଫେଇ ଦେଇଛନ୍ତି ସେ । ଅନ୍ୟପଟେ ଅଭିଯୁକ୍ତଙ୍କ ବହିଷ୍କାର ଦାବି ସହ 4ଟି ଦାବି ନେଇ ଅଧ୍ୟକ୍ଷଙ୍କ ପାଖରେ ଫେରଦ ହୋଇଛନ୍ତି ଅନ୍ୟ ସହକର୍ମଚାରୀ ।

ସୂଚନା ଅନୁଯାୟୀ ଗତ 22 ତାରିଖରେ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନରେ ଆସିଥିଲା ଛାତ୍ରୀଙ୍କୁ ଅସଦାଚରଣ ଭଳି ଏକ ସଙ୍ଗୀନ ଅଭିଯୋଗ । ପଦାରେ ପଡିଥିଲା କଲେଜର ଡିପ୍ଲୋମା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ସହ କଲେଜର ଆକାଉଣ୍ଟାଣ୍ଟଙ୍କ ସମ୍ପର୍କ । ଏହାର ଠିକ ପରେ ଛାତ୍ରୀ ଜଣଙ୍କ ହଷ୍ଟେଲରୁ ହଠାତ୍‌ ଚାଲିଯିବା ଓ ବିନା ନୋଟିସରେ ଆକାଉଣ୍ଟାଣ୍ଟଙ୍କ କଲେଜରୁ ଛୁଟି ନେବା କଥା ନିଆଁରେ ଘିଅ ଢାଳିବା ପରି ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଘଟଣାରେ ଏବେ ପର୍ଯ୍ୟନ୍ତ ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ବେଳେ ବୁଧବାର ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଅଭିଯୁକ୍ତ ଆକାଉଣ୍ଟାଣ୍ଟ । ଆକାଉଣ୍ଟାଣ୍ଟ ଘଟଣାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ ସହକର୍ମଚାରୀଙ୍କ କହିବା ଅନୁଯାୟୀ ଏହା କିଛି ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ଆକାଉଣ୍ଟାଣ୍ଟ ଦେବଦତ୍ତ ପ୍ରଥାନଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ରହିସାରିଛି । ଏନେଇ ଦେବଦତ୍ତଙ୍କ ବହିଷ୍କାର ସହ 4ଟି ଦାବି ନେଇ କଲେଜ ଅଧ୍ୟକ୍ଷଙ୍କ ପାଖରେ ଫେରାଦ ହୋଇଛନ୍ତି ଅନ୍ୟ ସହକର୍ମଚାରୀ ।

ସମସ୍ତ ଦାବିର ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବା ପାଇଁ ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି । ତେଣେ କ୍ୟାମ୍ପସରେ ଥିବା ସିଡବ୍ଲୁସି ଅର୍ଥାତ କଲୋନୀ ୱେଲ ଫେୟାର କମିଟି ଏହାକୁ ନେଇ ଏକ ବୈଠକ ମାଧ୍ୟମରେ 4 ଦାବି ନେଇ ଉପସ୍ଥାପନ କରିଥିଲେ । ଏଥିରେ ସମ୍ପୃକ୍ତ କଲେଜ କର୍ମଚାରୀ ନୃସିଂହ ଚରଣ ପାଣି କଥାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ଅଟକ ରଖି ପଚରା ଉଚରା କରିଥିଲା । ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ଏବଂ ସେ ପୋଲିସକୁ ସବୁ କ୍ଷେତ୍ରରେ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି ।

ଏନେଇ କଲେଜର ନିର୍ଦ୍ଦେଶକ କହିଛନ୍ତି କି ଘଟଣାର ତଦନ୍ତ ଚାଲିଛି ଏବଂ ସିଡବ୍ଲୁସି ଯେଉଁ ଅଭିଯୋଗ କରିଛି ତାହାକୁ ନେଇ କମିଟି ତଦନ୍ତ କରିବ। ତଦନ୍ତ ଆଧାରରେ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଆଇଜିଆଇଟି ଛାତ୍ରୀଙ୍କ ଅସଦାଚରଣ ଘଟଣାର ଭିନ୍ନ ରୂପ ଦେବାକୁ ଅପଚେଷ୍ଟା ଚାଲିଛି ।ଏପରିକି ନିଜ କଳାକାରନାମାର ଦୋଷକୁ ଏଡେଇବିକୁ ଯିଇ ସଫେଇ ଦେଇଛନ୍ତି କେଳେଙ୍କାରୀରେ ସମ୍ପୃକ୍ତ କଲେଜର ଆକାଉଣ୍ଟ ଅଫିସର। ସେପଟେ ତଦନ୍ତ ପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ । ଯାହାକୁ ନେଇ କଲେଜର ଅନ୍ୟ କର୍ମଚାରୀ ମାନେ ୪ ଦାବୀ ନେଇ ଅଧ୍ୟକ୍ଷଙ୍କୁ ଫେରାଦ ଦେଇଛନ୍ତି ।Body:ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନରେ ଦେଖିବାକୁ ମିଳିଛି ସଙ୍ଗିନ ଅଭିଯୋଗ । ତାହା ଆଉ କିଛି ନୁହେଁ ,ରୋମିଓ ଆକାଉଣ୍ଟାଣ୍ଟଙ୍କ ଅବୈଧ କେଳେଙ୍କାରୀ । ଯାହାକୁ ନେଇ ସାତ ଦିନ ହେବ ଉଠୁଛି ପଡୁଛି ଆଇଜିଆଇଟି କଲେଜ ।ଗତ ୨୨ ତାରିଖ ଦିନ କଲେଜର ଡିପ୍ଲୋମା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ସହିତ ଆକାଉଣ୍ଟ ଅଫିସଙ୍କ କଥା ପଦାକୁ ଆସିଥିଲା । ଯାହା ଛାତ୍ରୀ ଜଣଙ୍କ ରହୁଥିବା ରୋହିଣୀ ହଷ୍ଟେଲରୁ ଅଚାନକ ଚାଲିଯିବା ଘଟଣା ଚର୍ଚାକୁ ଖୋରାଖ ଦେଇଥିଲା । ଘଟଣାଟି ପ୍ରଘଟ ହେବା ପରେ ପୋଲିସ ତରଫରୁ ପ୍ରାଥମିକ ତଦନ୍ତ କରାଯାଇଥିଲା । ମାତ୍ର ଏଥିରେ ଶିକାର ହୋଇଥିବା ଛାତ୍ରୀ ଜଣଙ୍କ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ଥାନାରେ ହୋଇ ନଥିଲା । ଯାହାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଥିବା ବେଳେ ଆକାଉଣ୍ଟାଣ୍ଟ ଦେବଦତ୍ତ ପ୍ରଧାନ ବିନା ନୋଟିସରେ କଲେଜରୁ ଛୁଟିରେ ରହିଥିଲେ ଏବଂ ନିର୍ଦ୍ଦେଶକ ମଧ୍ୟ କଲେଜ ଠାରୁ କୌଣସି କାର୍ଯ୍ୟରେ ବାହାରେ ଥିଲେ ।ତେବେ ଆଇଜିଆଇଟି କଲେଜ କ୍ୟାମ୍ପସରେ ରହୁଥିବା କଲେଜର କର୍ମଚାରୀ ଓ ବାସିନ୍ଦା ମାନେ ଦେବଦତ୍ତକୁ ତୁରନ୍ତ ବହିଷ୍କାର କରିବା ସହ ୪ ଦଫା ଦାବିକୁ ତୁରନ୍ତ ୭ ଦିନ ମଧ୍ୟରେ ପୂର୍ଣ୍ଣ କରିବା ପାଇଁ ଏକ ଅଭିଯୋଗ ପତ୍ର କଲେଜର ନିର୍ଦ୍ଦେଶକଙ୍କୁ ଦେଇଛନ୍ତି ।କ୍ୟାମ୍ପସରେ ଥିବା ସିଡ଼ବ୍ଲ୍ୟୁସି ଅର୍ଥାତ କଲୋନୀ ୱେଲ ଫେୟାର କମିଟି ଏହାକୁ ନେଇ ଏକ ବୈଠକ ମାଧ୍ୟମରେ ୪ ଦାବି ନେଇ ଉପସ୍ଥାପନ କରିଥିଲେ ।
କଲେଜରେ ଘଟି ଯାଇଥିବା ଏହି ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛନ୍ତି ଆକାଉଣ୍ଟାଣ୍ଟ ଦେବଦତ୍ତ ପ୍ରଧାନ । ସେ ସମ୍ପୂର୍ଣ୍ଣ ରୂପେ ସଫେଇ ଦେଇ କହିଛନ୍ତି ଯେ ,ଆମେ ଉଭୟେ ମଉସା ଝିଆରୀ । ଆମର ଉଭୟ ପରିବାର ମଧ୍ୟରେ ପାରିବାରିକ ସମ୍ପର୍କ ରହିଛି ତେଣୁ ସେ ମ ପାଖକୁ ବୁଲି ଆସିଥିଲେ । ଯାହାକୁ ନେଇ କଥାକୁ ବଡ଼ ଆକାର କରାଯାଉଛି ବୋଲି ସେ କହିଥିଲେ । ଏଥିରେ ସମ୍ପୃକ୍ତ କଲେଜ କର୍ମଚାରୀ ନୃସିଂହ ଚରଣ ପାଣି କଥାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ପୋଲିସ ମତେ ଘଟଣା ସମ୍ପର୍କରେ ଅଟକ ରଖି ପଚରା ଉଚରା କରିଥିଲା । ମୁଁ ଏଥିରେ ସମ୍ପୃକ୍ତ ନାହିଁ । ଏବଂ ମୁଁ ପୋଲିସକୁ ସବୁ କ୍ଷେତ୍ରରେ ସହଯୋଗ କରିବି ବୋଲି କହିଛି । Conclusion:ଏ ନେଇ କଲେଜର ନିର୍ଦ୍ଦେଶକ କହିଛନ୍ତି ଯେ ଘଟଣାଟିର ତଦନ୍ତ ଚାଲିଛି ଏବଂ ସିଡବ୍ଲ୍ୟୁସି ଯେଉଁ ଅଭିଯୋଗ କରିଛି ତାହାକୁ ନେଇ କମିଟି ତଦନ୍ତ କରିବ ଏବଂ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।ଢେଙ୍କାନାଳରୁ ଉର୍ମିଳା ପାତ୍ର। ଇଟିଭି ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.