ଢେଙ୍କାନାଳ: ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତା ମୂଳକ କରିବା ଓ ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକ ମାନଙ୍କ ଆନ୍ଦୋଳନ। ଶିକ୍ଷା ବିଭାଗ ପକ୍ଷରୁ ଏହି କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଛଟେଇ କରାଯାଇଛି। ଫଳରେ ରୋଜଗାର ହରାଇ ବସିଛନ୍ତି ହି କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ। ରାଜ୍ୟରେ ଅନଲାଇନ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ରାଜ୍ୟ ସରକାର କେଉଁ ପରିସ୍ଥିତିରେ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଛଟେଇ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ।
ସମସ୍ତ ସରକାରୀ ଉଚ ବିଦ୍ୟାଳୟ ମାନଙ୍କରେ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ଆଇସିଟି(ICT) ବିଦ୍ୟାଳୟ ସଂଯୋଜକ ସଂଘ ଦାବି କରିଛି। ଏହାକୁ ନେଇ ଢେଙ୍କାନାଳ ସହରରେ ଏକ ପ୍ରତିବାଦ ଶୋଭାଯାତ୍ରା ବାହାର କରିଛନ୍ତି ଶତାଧିକ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଢେଙ୍କାନାଳ ଆଇସିଟି(ICT) ବିଦ୍ୟାଳୟ ସଂଯୋଜକ ସଂଘ।
ଦୁଇ ବର୍ଷ ହେଲା ଛଟେଇ ହୋଇ ଘରେ ବସି ରହିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଫଳରେ ସେମାନେ ରୋଜଗାର ହରାଇ ବସିଛନ୍ତି। ରକାରଙ୍କ ଡିଜିଟାଲ ଇଣ୍ଡିଆକୁ ସଠିକ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି। ବିଭିନ୍ନ ସରକାରୀ ସ୍କୁଲରୁ ଛଟେଇ କରାଯାଇଥିବା କମ୍ପୁଟର ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବା ଭଳି 5ଟି ଦାବି ନେଇ ଶୋଭାଯାତ୍ରା କରାଯାଇଛି। ଏ ସମ୍ପର୍କରେ ଏକ ପାଞ୍ଚଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ