ETV Bharat / state

ଶିକାର କରିବାକୁ ଯାଇ ଫସିଗଲା ଶିକାରୀ

ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଶିକାର ପାଇ ତାର ବିଛାଉଥିବା ବେଳେ ଶିକାରୀ ଗିରଫ । ଘଟଣାସ୍ଥଳରୁ ବିଦ୍ୟୁତ ତାର ଜବତ । ଅଧିକ ପଢନ୍ତୁ...

author img

By

Published : Oct 31, 2020, 10:38 AM IST

Updated : Oct 31, 2020, 10:49 AM IST

ହାତୀ କାବୁ କରିବାକୁ ଯାଇ ଶିକାରୀ କାବୁ
ହାତୀ କାବୁ କରିବାକୁ ଯାଇ ଶିକାରୀ କାବୁ

ଢେଙ୍କାନାଳ: ହାତୀ ଶିକାର କରିବାକୁ ଯାଇ ଶିକାରୀ କାବୁ । ହାତୀ ଓ ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଉଥିବା ବେଳେ ଶନିବାର ଜଣେ ଶିକାରୀ ଗିରଫ । ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କୋଇ ସଂରକ୍ଷିତ ଜଙ୍ଗଲରୁ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ରାସୋଳ ଥାନା ଅନ୍ତର୍ଗତ ବାଘଧରିଆ ଅଞ୍ଚଳର ସଞ୍ଜୟ ସେଠୀ ।

ହାତୀ କାବୁ କରିବାକୁ ଯାଇ ଶିକାରୀ କାବୁ

ସୂଚନା ଅନୁଯାୟୀ, ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳରେ ହାତୀ ଶିକାରୀମାନେ ସକ୍ରିୟ ହୋଇପଡିଛନ୍ତି । ବିଦ୍ୟୁତ କରେଣ୍ଟ ଲଗାଇ ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କୁ ମାରୁଛନ୍ତି ଶିକାରୀ । ଏନେଇ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ହିନ୍ଦୋଳ ବନାଞ୍ଚଳରେ ଚଢାଉ କରାଯାଇଥିଲା । କୋଇ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର କରିବା ପାଇଁ ତାର ବିଛାଇ ଯାଇଥିବା ଦେଖିବାକୁ ମିଳିଥିଲା । ଏହି ତାର ବିଛାଉଥିବା ବେଳେ ବନକର୍ମଚାରୀମାନେ ଜଣଙ୍କୁ ଗିରଫ କରିଛନ୍ତି । ଘଟଣାସ୍ଥଳରୁ ବିଦ୍ୟୁତ ତାର ଜବତ କରାଯିବା ସହ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Oct 31, 2020, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.