ଢେଙ୍କାନାଳ: ହସ୍ପିଟାଲ ରାସ୍ତା ତିଆରି କାମକୁ ନେଇ ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷ ଏବେ ରକ୍ତ ସଂଘର୍ଷର ରୂପ ନେଇଛି ।
ଢେଙ୍କାନାଳ ସହରର ଦେଉଳସାହିରୁ ହସ୍ପିଟାଲ ରାସ୍ତା ତିଆରି ପାଇଁ ଠିକାଦାରୀ ପାଇ ଦେଉଳସାହିର ୩ଜଣ ଯୁବକ ରାସ୍ତା କାମ କରାଉଥିଲେ । ଏହି ସମୟରେ ଦକ୍ଷିଣକାଳୀର କେତକ ଯୁବକ ଯାଇ କାମ ବନ୍ଦ କରିଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ରାସ୍ତାକାମ କରୁଥିବା ଦେଉଳସାହିର ଯୁବକମାନଙ୍କୁ ଦକ୍ଷିଣକାଳୀର ଯୁବକମାନେ ଖଣ୍ଡା, ଭୁଜାଲି ଓ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଏଥରେ ଦେଉଳସହିର ରିଙ୍କୁ ଜେନା ନାମକ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିବାଦକୁ ନେଇ ଦକ୍ଷିଣକାଳୀ ଓ ଦେଉଳ ସାହି ମଧ୍ୟରେ ଛକାପଞ୍ଝା ଲାଗି ରହି ଉତ୍ତେଜନା ଲାଗି ରହିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ