ETV Bharat / state

କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ - dhenkanal goods train derail

Goods train derail In dhenkanal: ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଗୋଟିଏ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା । ଏଥିରେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି । ପଢନ୍ତୁ

କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

author img

By ETV Bharat Odisha Team

Published : Jan 18, 2024, 6:34 PM IST

କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଢେଙ୍କାନାଳ: ମାଲବାହୀ ଟ୍ରେନ ଲାଇନଚ୍ୟୁତ । ପୂର୍ବତଟ ରେଳପଥର ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଗୋଟିଏ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଦୁବୁରି ବୁଢାପଙ୍କ ନୂଆ ଟ୍ରେନ ଲାଇନର କମଲାଙ୍ଗ ଷ୍ଟେସନ ନିକଟସ୍ଥ ଭଗାମୁଣ୍ଡା ଠାରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଏହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ରେଳ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଛି । ଦୁର୍ଘଟଣାରେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ସୂଚନାଯୋଗ୍ୟ କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଗାଡିର ଇଞ୍ଜିନ ସହିତ ୬ଟି ବଗି ରେଳ ଧାରଣାରୁ ବାହାରକୁ ପଳାଇ ଯାଇଥବା ଦେଖିବାକୁ ମିଳିଛି । ଦୁବୁରିରୁ ବୁଢ଼ାପଙ୍କ ଦେଇ ତାଳଚେର ଅଭିମୁଖେ ଏହି ମାଲବାହୀ ଟ୍ରେନଟି ଯାଉଥିଲାବେଳେ ଲାଇନଚ୍ୟୁତ ହୋଇଛି । ତେବେ ଏହି ଲାଇନଚ୍ୟୁତ ଯୋଗୁଁ ସେପରି କିଛି ବଡ଼ ଧରଣର କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି । ତେବେ କିଭଳି ଟ୍ରେନଟି ଲାଇନଚ୍ୟୁତ ହୋଇଛି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

ଦୁର୍ଘଟଣା ପରେ ଏହି ନୂଆ ରେଳ ଲାଇନ ଅଫ ଲାଇନରେ ଟ୍ରେନ ଚଳାଚଳ ଦୀର୍ଘ ଘଣ୍ଟା ଧରି ବନ୍ଦ ରହିଛି । ସୂଚନା ଥାଉକି, ତାଳଚେରରୁ ପାରାଦ୍ବୀପ କୋଇଲା ପରିବହନ ବ୍ୟବସାୟୀକ ଦୃଷ୍ଟି କୋଣରୁ ନୂତନ ଭାବେ ନିର୍ମିତ ଏହି ଦୁବୁରି ବୁଢ଼ାପଙ୍କ ନୂଆ ଟ୍ରେନ ଲାଇନ ଗତ ଛଅ ମାସ ହେଲା ଜାରି ରହିଛି । ତାଳଚେର ବୁଢ଼ାପଙ୍କ କାମାକ୍ଷାନଗର ଭୁବନ ଦେଇ ଦୁବୁରିକୁ ଯୋଗାଯୋଗ କରୁଥିବା ଏହି ରେଳ ଲାଇନରେ କେବଳ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା । ମାତ୍ର ଏହି ଦୁର୍ଘଟଣା ପରେ ଏହି ଅଫ ଲାଇନରେ ଟ୍ରେନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି ।

ଏହା ମଧ୍ୟ ପଢନ୍ତୁ .....ମହାରାଷ୍ଟ୍ରରେ ମାଲଗାଡି ଲାଇନଚ୍ୟୁତ, ରେଳ ଚଳାଚଳ ଆଶିଂକ ପ୍ରଭାବିତ

ଏହା ମଧ୍ୟ ପଢନ୍ତୁ .....ପ୍ରବଳ ବର୍ଷାରେ ଖସିଲା ପଥରଖଣ୍ଡ, ଆନ୍ଧ୍ର-ଓଡିଶା ସୀମାରେ ଟ୍ରେନ ସେବା ବ୍ୟାହତ

ଏହା ପୂର୍ବରୁ ଗତ ୧୦ ତାରିଖ ଦିନ ହାଇଦ୍ରାବାଦର ନାମପଲ୍ଲୀ ଷ୍ଟେସନରେ ଟ୍ରାକରୁ ଖସିଲା ଟ୍ରେନ । ଚାରମିନାର ଏକ୍ସପ୍ରେସର 3ଟି ବଗି ଚାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣାରେ 5 ଜଣ ଯାତ୍ରୀ ଆହତ ହୋଇଥିଲେ । ନାମପଲ୍ଲୀ ଟ୍ରେନର ଶେଷ ଷ୍ଟେସନ ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ସୂଚନା ଦେଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.