ETV Bharat / state

ପିଇବା ପାଣି ମାଗି ମହିଳା କର୍ମଚାରୀଙ୍କ ଠାରୁ ଲୁଟ୍

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ରେଙ୍ଗାଳୀ ଅଫିସର ମହିଳା କର୍ମଚାରୀଙ୍କୁ ମାଡ ମାରି ସୁନା ଚେନ ଓ ମୋବାଇଲ ଲୁଟିଲେ ୨ ଲୁଟେରା । ଅଧିକ ପଢନ୍ତୁ...

ମହିଳା କର୍ମଚାରୀଙ୍କଠୁ ଲୁଟିଲେ ସୁନା ଚେନ ଓ ମୋବାଇଲ: ପୋଲିସର ତଦନ୍ତ ଜାରି

author img

By

Published : Jul 9, 2021, 5:12 PM IST

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର-ରେଙ୍ଗାଳୀ ଅଫିସରେ ମହିଳା କର୍ମଚାରୀଙ୍କୁ ମାଡ ମାରି ସୁନା ଚେନ ଓ ମୋବାଇଲ ଲୁଟିଲେ ୨ ଲୁଟେରା । ଲୁଟର ଶିକାର ହୋଇଥିବା ମହିଳା କର୍ମଚାରୀ ହେଲେ ଲକ୍ଷ୍ମୀ ପାଣିଗ୍ରାହୀ । ସୂଚନା ଅନୁସାରେ ଦିନ ୧ଟା ସମୟରେ ରେଙ୍ଗାଲି ଅଫିସରେ ମହିଳା କର୍ମଚାରୀ ଲକ୍ଷ୍ମୀ ପାଣିଗ୍ରାହୀ ଏକାକି ଥିବାବେଳେ ଅନ୍ୟ ସମସ୍ତ କର୍ମଚାରୀ ଡ୍ୟୁଟିରେ ବାହାରକୁ ଯାଇଥିଲେ ।

ମହିଳା କର୍ମଚାରୀଙ୍କଠୁ ଲୁଟିଲେ ସୁନା ଚେନ ଓ ମୋବାଇଲ: ପୋଲିସର ତଦନ୍ତ ଜାରି

ଏହାର ସୁଯୋଗ ନେଇ ୨ ଲୁଟେରା ବାଇକ ଯୋଗେ ଅଫିସକୁ ଆସି ପ୍ରଥମେ ପିଇବା ପାଣି ମାଗିଥିଲେ । ମହିଳା ଜଣଙ୍କ ପାଣି ଆଣିବାକୁ ଭିତରକୁ ଯିବା ସମୟରେ ଜଣେ ବାହାରେ ଥିବାବେଳେ ଜଣେ ଲୁଟେରା ଭିତରକୁ ପଶିଯାଇ ଅତର୍କିତ ଆକ୍ରମଣ କରିଥିଲେ । ଧକ୍କା ଦେବା ସହ ମୁଣ୍ଡ ଓ ଛାତିକୁ ଆକ୍ରମଣ କରିଥିଲା । ଫଳରେ ମହିଳା ଜଣକ ତଳେ ପଡିଯିବାରୁ ତାଙ୍କ ବେକରୁ ଏକ ସୁନା ଚେନ ଓ ମୋବାଇଲ ଲୁଟ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ପରେ ମହିଳା କର୍ମଚାରୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.