ETV Bharat / state

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ମେଲାଣି ଦେଉଛନ୍ତି ଢେଙ୍କାନାଳବାସୀ

ଆଜି ମାଆ ଲକ୍ଷ୍ମୀଙ୍କୁ ମେଲାଣି ଦେଉଛନ୍ତି ଢେଙ୍କାନାଳବାସୀ । ପରମ୍ପରା ମୁତାବକ ମାଆ ଲକ୍ଷ୍ମୀଙ୍କ ମିଳିତ ଭସାଣି ଉତ୍ସବ କରାଯାଉଛି । ଅଧିକ ପଢନ୍ତୁ

author img

By

Published : Oct 19, 2022, 2:03 PM IST

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ , ମେଲାଣି ଦେଉଛନ୍ତି ଢେଙ୍କାନାଳବାସୀ

ଢେଙ୍କାନାଳ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆଜି ହେଉଛି ଭସାଣୀ ଉତ୍ସବ । ଦୀର୍ଘ ଦଶ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ଶେଷ ହୋଇଛି । ତେଣୁ ଆଜି ମା’ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି । ଏହି ମିଳିତ ଭସାଣି ଉତ୍ସବରେ ସମସ୍ତ ୩୮ ଗୋଟି ମେଢ଼ ସାମିଲ ହୋଇଛନ୍ତି । ପାରମ୍ପରିକ କାଠ ଶଙ୍ଖରେ ମାଆଙ୍କୁ ବିଦାୟ ଦେଉଛନ୍ତି ଢେଙ୍କାନାଳବାସୀ । ଏନେଇ ମା’ଙ୍କ ଭସାଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ । ମା’ଙ୍କ ଭସାଣ ଉତ୍ସବକୁ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେନେଇ ବିଭିନ୍ନ ପୂଜା କମିଟି ଗୁଡିକ ପ୍ରଶାସନକୁ ସହଯୋଗ କରିଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ମିନବଜାର ପ୍ରଥମେ ଶୋଭାଯାତ୍ରା ଆରମ୍ଭ କରିଛି ।

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ

ତେବେ ଗତ କୁମାର ପୂର୍ଣ୍ଣିମା ୯ତାରିଖରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ଉତ୍ସବ ଶେଷ ହୋଇଯାଇଛି । ଆଜି ମାଆ ଲକ୍ଷ୍ମୀଙ୍କୁ ମେଲାଣି ଦେଉଛନ୍ତି ଢେଙ୍କାନାଳ ବାସୀ । ପରମ୍ପରା ମୁତାବକ ମାଆ ଲକ୍ଷ୍ମୀଙ୍କ ମିଳିତ ଭସାଣି କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରମିକ ସଂଖ୍ୟା ମାଧ୍ୟମରେ ମିନା ବଜାର ପ୍ରଥମେ ତାର ପ୍ରୋସେସନ ଆରମ୍ଭ କରିଛି । ଏନେଇ ପ୍ରଥମେ ନଡ଼ିଆ ଭାଙ୍ଗି ଏହାର ଶୁଭାରମ୍ଭ କରିଛନ୍ତି । ଶାନ୍ତି ଶୃଙ୍ଖଳା ସହ ଶୋଭାଯାତ୍ରା ହୋଇ ରାତି ୧୦ଟା ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି ।

ପରମ୍ପରା ଅନୁଯାୟୀ ସମସ୍ତ ମେଢ଼ଗୁଡିକ ରାଜା ନଅର ଠାରେ ଏକତ୍ରିତ ହୋଇ ମେଳଣ କରାଯିବ । ଏହି ମିଳିତ ଶୋଭାଯାତ୍ରାରେ ସମସ୍ତ ମେଢ଼ ଗୁଡିକ ନିଜ ନିଜର କ୍ରମିକ ନମ୍ବର ମୁତାବକ କୋର୍ଟ ଛକ, ବସ ଷ୍ଟାଣ୍ଡ ଟ୍ରାଫିକ ଛକ ଓ ପୂର୍ତ୍ତ ବିଭାଗ ରାସ୍ତା ଦେଇ ପୁଣି ସହର ମୁଖ୍ୟ ରାସ୍ତାରେ ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇ କାଠ ଶଙ୍ଖ ଅଭିମୁଖେ ଯିବେ । ତେବେ ମା'ଙ୍କୁ ବିଦାୟ ଦେବା ପାଇଁ କାଠ ଶଙ୍ଖ ସମେତ କୁଞ୍ଜକାନ୍ତ ପୋଖରୀ, ଜାଉଁଳି ପୋଖରୀ, ଦଣ୍ଡା ପୋଖରୀ ଓ ସିମିଳିଆ ପୋଖରୀକୁ ସ୍ବତନ୍ତ୍ର ଭାବେ ପୌର ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ଏନେଇ ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ ପରେ ମେଢ଼ ଗୁଡିକ ପୂର୍ବ ନିର୍ଦ୍ଧାରିତ ପୁଷ୍କରିଣୀରେ ମା’ଙ୍କୁ ବିସର୍ଜିତ କରାଯିବ । ଏଥିସହ ଚଳିତ ବର୍ଷ ଭସାଣି ଉତ୍ସବରେ ଡିଜେ ବାଜାକୁ ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଥିବା ବେଳେ ପୂଜା ପ୍ରତିଷ୍ଠାନ ମାନେ ମାଦଲ, ଘଣ୍ଟୁଆ, ଯୋଡି ଶଙ୍ଖ,ଚାଙ୍ଗୁ ବାଜା ଓ ସିଙ୍ଘ ବାଜା ଆଦି ପାରମ୍ପରିକ ବାଜା ସହ ଶ୍ରୀକାକୁଲମ ଓ ନାଇଡୁ ପରି ଅତ୍ୟାଧୁନିକ ବାଜାକୁ ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ କରିଥିବା ଜଣାପଡ଼ିଛି । ତେବେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୨୭ ପ୍ଲାଟୁନ ପୁଲିସ ଫୋର୍ସ ସହ ପୋଲିସ ପଦାଧିକାରୀ ମାନେ ଉପସ୍ଥିତ ରହିଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.