ETV Bharat / state

ଗାର୍ମେଣ୍ଟ ଆଳରେ ଚୋରା ଗଞ୍ଜେଇ ବେପାର; ଜଣେ ଗିରଫ

author img

By

Published : Apr 17, 2021, 12:54 PM IST

ଢେଙ୍କାନାଳ ଜିଲ୍ଲା ଭୁବନରେ ଅବକାରୀ ବିଭାଗର ଚଢ଼ାଉ। ଏହି ସମୟରେ ୬୨ କେଜି ଚୋରା ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ଅବକାରୀ ସ୍କ୍ୱାର୍ଡ । ଅଧିକ ପଢନ୍ତୁ...

ଗାର୍ମେଣ୍ଟ ଆଳରେ ଚୋରା ଗଞ୍ଜେଇ ବେପାର; ଜଣେ ଗିରଫ
ଗାର୍ମେଣ୍ଟ ଆଳରେ ଚୋରା ଗଞ୍ଜେଇ ବେପାର; ଜଣେ ଗିରଫ

ଢେଙ୍କାନାଳ: ଗାର୍ମେଣ୍ଟ ବିକ୍ରି ଆଳରେ ଚାଲିଛି ଚୋରା ଗଞ୍ଜାଇ ବେପାର । ବସ୍ତା ବସ୍ତା ଗଞ୍ଜେଇ ରାଜ୍ୟ ବାହାରକୁ କରାଯାଉଛି ଚାଲାଣ । ଆଉ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଚାଲିଥିବା ଏପରି କଳା କାରନାମାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ।

ବିଶେଷ ସୁତ୍ରରୁ ସୂଚନା ପାଇ ଶନିବାର ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗର ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ ଭୁବନର ବେବି ଗାର୍ମେଣ୍ଟ ବ୍ୟବସାୟୀ ସତ୍ୟାନନ୍ଦ ସାହୁଙ୍କ ଲତାବିଲ ଗୋଦାନ ଉପରେ ଚଢ଼ାଉ କରିଛନ୍ତି । ଏହି ଚଢାଉରେ ତିନି ବସ୍ତା ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି ।

ଜବତ ୩ ବସ୍ତା ଗଞ୍ଜେଇର ଓଜନ ୬୨ କିଲୋଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ସ୍କ୍ୱାର୍ଡର ମୁଖ୍ୟ ସମୀର ମହାନ୍ତି ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ଗାର୍ମେଣ୍ଟ ବ୍ୟବସାୟୀ ସତ୍ୟାନନ୍ଦ ସାହୁଙ୍କୁ ଗିରଫ କରାଯାଇଛି ।

ଏହି ଗଞ୍ଜେଇ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡ ଆଦି ଅଞ୍ଚଳକୁ ଚାଲାଣ ହୋଇଥାଏ ବୋଲି ଅବକାରୀ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.