ETV Bharat / state

ଚାଷୀଙ୍କୁ ଗୋଇଠା ମାରିଲେ ସମବାୟ ସମିତିର ପୂର୍ବତନ ସଭାପତି, ଭିଡିଓ ଭାଇରାଲ

author img

By

Published : Feb 25, 2020, 7:44 PM IST

Updated : Feb 25, 2020, 9:04 PM IST

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଜଗନ୍ନାଥପୁର ସେବା ସମବାୟ ସମିତି ମଣ୍ଡି ଆଗରେ ପୂର୍ବତନ ସଭାପତି ଅଶୋକ ନାୟକ ଜଣେ ଚାଷୀଙ୍କୁ ଗୋଇଠା ମାରୁଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

viral video
ପୂର୍ବତନ ସଭାପତିଙ୍କ ଦାଦାଗିରି

ଢେଙ୍କାନାଳ: ଚାଷୀଙ୍କୁ ଦୁର୍ବ୍ୟବହାର । ଚାଷୀଙ୍କ ଉପରେ ପୂର୍ବତନ ସଭାପତିଙ୍କ ଦାଦାଗିରି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଜଗନ୍ନାଥପୁର ସେବା ସମବାୟ ସମିତି ମଣ୍ଡି ଆଗରେ ପୂର୍ବତନ ସଭାପତି ଅଶୋକ ନାୟକ ଜଣେ ଚାଷୀଙ୍କୁ ଗୋଇଠା ମାରୁଥିବା ଦେଖାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୂର୍ବତନ ସଭାପତିଙ୍କ ଦାଦାଗିରି

ସୂଚନା ମୁତାବକ, କୋରିଆପାଳ ଗାଁର ଚାଷୀ ଗୌତମ ସାହୁ ମଣ୍ଡିକୁ ଧାନ ନେଇ ଆସିଥିଲେ । ସେଠାରେ ତାଙ୍କୁ ପୂର୍ବତନ ସଭାପତି ଅଶୋକ ନାୟକ କୌଣସି କଥାକୁ ନେଇ ସମସ୍ତଙ୍କ ସମ୍ମୁଖରେ ଗାଳି ଗୁଲଜ କରିବା ସହ ଗୋଇଠା ମାରିଥିଲେ ।

ଏହାସହ ଅଶୋକଙ୍କ ପୁଅ ଅମରେଶ ନାୟକ ମଧ୍ୟ ସେଠାରେ ହାତରେ ବାଡ଼ି ଧରି ଗାଳି ଗୁଲଜ କରିଥିଲେ। ଅମରେଶ ମଧ୍ୟ ସେହି ସେବା ସମବାୟ ସମିତିରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରନ୍ତି । ତେବେ କେଉଁ ପରିସ୍ଥିତିରେ ଏଭଳି ଜଣେ ଚାଷୀଙ୍କୁ ଜଣେ ପୂର୍ବତନ ସଭାପତି ଦୁର୍ବ୍ୟବହାର ଦେଖାଇଲେ ତାହା ଜଣାପଡି ନଥିବାବେଳେ ଏହି ଭିଡିଓ କିନ୍ତୁ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଯାହା ଏହି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Feb 25, 2020, 9:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.