ETV Bharat / state

ବନ୍ୟପ୍ରାଣୀଙ୍କୁ ଶିକାର କରି ବିକୁଥିଲେ ମାଂସ, 2 ଶିକାରୀ ଗିରଫ - forest department arrested

ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନକର୍ମଚାରୀମାନେ ଚଢ଼ାଉ କରି ଦୁଇଟି ହରିଣ ମୁଣ୍ଡ ଓ ଗୋଟିଏ ବାରହା ମୃତଦେହ ଉଦ୍ଧାର କରିଛନ୍ତି । ଏହାସହ ୩ଟି ବନ୍ଧୁକ ଜବତ କରିବା ସହ ଦୁଇ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ।

2 ଶିକାରୀ ଗିରଫ
2 ଶିକାରୀ ଗିରଫ
author img

By

Published : Mar 4, 2021, 8:18 PM IST

ଢେଙ୍କାନାଳ: ବନବିଭାଗ ଦ୍ବାରା ଗିରଫ ହେଲା ବନ୍ୟଜନ୍ତୁ ଶିକାରୀ । ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନକର୍ମଚାରୀମାନେ ଚଢ଼ାଉ କରି ଦୁଇଟି ହରିଣ ମୁଣ୍ଡ ଓ ଗୋଟିଏ ବାରହା ମୃତଦେହ ଉଦ୍ଧାର କରିଛନ୍ତି। ଏହାସହ ୩ଟି ବନ୍ଧୁକ ଜବତ କରିବା ସହ ଦୁଇ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ।

ଢେଙ୍କାନାଳ ବନଖଣ୍ଡରେ ବାରମ୍ବାର ଚଢ଼ାଉ ସତ୍ତ୍ବେ ଥମୁନାହିଁ ବନ୍ୟଜନ୍ତୁ ଶିକାର । ଏପରିକି ଦୁଇଟି ହରିଣ ଓ ଗୋଟିଏ ବାରହାକୁ ଶିକାର କରି ଶିକାରୀମାନେ ମାଂସ କାଟି ବିକ୍ରି କରୁଥିବାବେଳେ ଷଢଙ୍ଗୀ ବନକର୍ମଚାରୀମାନେ କାବୁ କରିଛନ୍ତି ।

ଗିରଫ ଶିକାରୀ ଦୁଇଜଣ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆପଶିର କ୍ଷେତ୍ରବାସୀ ପ୍ରଧାନ ଓ ନାଠୁଆ ଗ୍ରାମର ବରଜୁ ନାଏକ ବୋଲି ଜଣାପଡିଛି । ତେବେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଢେଙ୍କାନାଳ ବନଖଣ୍ଡର ଷଢଙ୍ଗୀ ବନାଞ୍ଚଳର ରୁପାବଳିଆ ସଂରକ୍ଷିତ ଜଙ୍ଗଲରୁ ଏହି ଜଙ୍ଗଲୀ ପ୍ରାଣୀମାନଙ୍କୁ ଶିକାର କରି ସେମାନଙ୍କ ମାଂସ କାଟି ବିକ୍ରି କରୁଥିବାବେଳେ ଖବର ପାଇ ବନକର୍ମଚାରୀମାନେ ଚଢ଼ାଉ କରିଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.