ଢେଙ୍କାନାଳ: ଫୁଡ କମିଶନରଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ । ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାପାଳ କମିଶନରଙ୍କୁ ସ୍ୱାଗତ କରିଥିଲେ । ପରେ କମିଶସନର କାମାକ୍ଷାନଗର ଉପଖଣ୍ତ ଯାଇଥିଲେ । ପ୍ରଥମେ ରାଏ ନରସିଂହପୁର ଠାରେ ପହଞ୍ଚିବା ପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଖାଦ୍ୟର ମାନ ବିଷୟରେ ହିତାଧିକାରିଙ୍କୁ ପଚାରି ବୁଝିଥିଲେ।
ଚାଉଳ,ରାସନ ସାମଗ୍ରୀ,ଅଙ୍ଗନାବାଡି ମାଧ୍ୟମରେ ଯୋଗାଇ ଦିଆଯାଉ ଥିବା ଅଣ୍ଡା, ଛତୁଆ ଠିକ ଭାବର ହିତାରିଧିକାରୀଙ୍କୁ ମିଳୁଛି ନା ନାହିଁ । ସେ ସମ୍ବନ୍ଧରେ ମଧ୍ୟ ପଚାରି ବୁଝିଥିଲେ । ଏହା ପରେ ମହୁଲି, ଆଲୁଅଝରଣ,ଦଧିଖାଇ ଠାରେ ମିଶନଶକ୍ତି ଓ ମୋ ବଗିଚା ମାଧ୍ୟମରେ ଲୋକମାନଙ୍କୁ ଯୋଗାଇ ଦିଆଯାଇଥିବା ଋଣ ସାହାର୍ଯ୍ୟରେ କରିଥିବା ଛତୁଚାଷ,ମକ୍କାଚାଷ ଗୁଡିକୁ କମିସନର ବୁଲି ଦେଖିଥିଲେ । ଏହାସହ ଉତ୍ପାଦନ ମକାର ବଜାରରେ କିପରି ସୁବିଧାରେ ବିକ୍ରି ହୋଇପାରିବ । ସେ ବ୍ୟବସ୍ଥା କରିବା ନେଇ ଆଲୋଚନା ମଧ୍ୟ କରିଥିଲେ।
ଏହା ସହିତ ମୋ ବଗିଚା ମାଧ୍ୟମରେ ଗାଁର ପ୍ରତ୍ୟେକ ଲୋକ କିପରି ରୋଜଗାରକ୍ଷମ ହୋଇପାରିବେ । ସେନେଇ ଗ୍ରାମବାସୀଙ୍କୁ ଅବଗତ ମଧ୍ୟ କରାଇଥିଲେ । ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଦିଆଯାଉଥିବା ଖାଦ୍ୟର ସ୍ଥିତି ପରଖିଥିଲେ । ପରେ ଜିଲ୍ଲାର ବିଭିନ୍ନ ପଦାଧିକାରୀଙ୍କୁ ନେଇ ଜିଲ୍ଲା ସଭାଗୃହରେ ଖାଦ୍ୟ ସୁରକ୍ଷା ଯୋଜନାର ସ୍ଥିତି ସମୀକ୍ଷା କରିଥିଲେ । କମିଶନଙ୍କ ଏହି ଗ୍ରସ୍ତ ସମୟରେ ଢେଙ୍କାନାଳ ଜିଲ୍ଲାପାଳ, ଉପଜିଲ୍ଲାପାଳ,ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ