ETV Bharat / state

ଢେଙ୍କାନାଳରେ ପୁଣି 5 ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ

ପୁଣିଥରେ ଢେଙ୍କାନାଳ ଜିଲ୍ଲାର ଆଉ ଏକ ସ୍କୁଲରୁ କୋଭିଡ ସଂକ୍ରମିତ ଚିହ୍ନଟ ହେଲେ ଛାତ୍ରଛାତ୍ରୀ । 5 ଜଣ ଛାତ୍ରଛାତ୍ରୀଙ୍କ ସମେତ ଜଣେ ଶିକ୍ଷୟିତ୍ରୀ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଢେଙ୍କାନାଳରେ ପୁଣି 5 ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ
ଢେଙ୍କାନାଳରେ ପୁଣି 5 ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ
author img

By

Published : Sep 9, 2021, 7:39 PM IST

ଢେଙ୍କାନାଳ: ବଢୁଛି ପିଲାଙ୍କ ଠାରେ ସଂକ୍ରମଣ । ଆଜି ପୁଣିଥରେ ଢେଙ୍କାନାଳ ଜିଲ୍ଲାର ଆଉ ଏକ ସ୍କୁଲରୁ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ରାୟ ନରସିଂହପୁର ଗ୍ରାମର ସିଦ୍ଧେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ 5 ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ସୂଚନା ମିଳିପାରିବା ପରେ ଉକ୍ତ ବିଦ୍ୟାଳୟକୁ ବନ୍ଦ କରିଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ଢେଙ୍କାନାଳରେ ପୁଣି 5 ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ

ସୂଚନାଯୋଗ୍ୟ, ଗତ 6 ତାରିଖ ଅର୍ଥାତ୍ ସୋମବାର ଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲରେ ମୋଟ 80 ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଆଜି ଏହାର ରିପୋର୍ଟ ଆସିଛି । ମୋଟ 5 ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଥିବାବେଳେ ଜଣେ ଶିକ୍ଷୟିତ୍ରୀ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ।

ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବାବେଳେ ସେମାନଙ୍କୁ ତାଙ୍କ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଇସୋଲେସନରେ ରହିବାକୁ କୁହାଯାଇଛି । ସଂକ୍ରମିତଙ୍କୁ ଅଁଳାବେରଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯାଇଥିବା ଜଣାଇଛନ୍ତି ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ 4 ତାରିଖ ଦିନ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କାନପୁରା ପଞ୍ଚୟତରାଜ ହାଇସ୍କୁଲରୁ ୧୪ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଉକ୍ତ ସ୍କୁଲକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଏପରିସ୍ଥିତିକୁ ନେଇ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.