ETV Bharat / state

ଚିକୁନ ବିଶ୍ବାଳ ହତ୍ୟା ଘଟଣାର ୫ ଗିରଫ - dhenkanal chikun biswal murder case

ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ଚିକୁନ ବିଶ୍ୱାଳ ହତ୍ୟା କାଣ୍ଡର ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ସଦର ପୁଲିସ ଗିରଫ କରିଛି । ଏହି ହତ୍ୟା ମାମଲାରେ ମୋଟ ୧୧ଜଣ ସଂପୃକ୍ତ ଥିବା ପୁଲିସ ତଦନ୍ତରୁ ଜଣା ପଡିଥିବା ଗୁରୁବାରେ ଏନେଇ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।ଅଧିକ ପଢନ୍ତୁ...

five-accuse-arrested-d-on-tarava-chikun-murder-case
ଚିକୁନ ବିଶ୍ବାଳ ହତ୍ୟା ଘଟଣାର ୫ଜଣ ହତ୍ୟାକାରୀ ଗିରଫ
author img

By

Published : Jun 25, 2020, 9:45 PM IST

ଢେଙ୍କାନାଳ: ସଦରଥାନା ଅନ୍ତର୍ଗତ ତରଭା ଗାଁର ଚିକୁନ ବିଶ୍ବାଳ ହତ୍ୟା ମାମଲାରେ ପେଷାଦାର ଅପରାଧୀ ବଳି ଓ ଲିପୁନ ସାମଲ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । ହତ୍ୟାକାଣ୍ଡରେ ୧୧ଜଣ ସଂପୃକ୍ତ ଥିବା ବେଳେ ଅବଶିଷ୍ଟ ୬ଜଣ ଫେରାର ଥିବା ଜଣାପଡିଛି ।

ଚିକୁନ ବିଶ୍ବାଳ ହତ୍ୟା ଘଟଣାର ୫ଜଣ ହତ୍ୟାକାରୀ ଗିରଫ

ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ଚିକୁନ ବିଶ୍ୱାଳ ହତ୍ୟା କାଣ୍ଡର ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ସଦର ପୁଲିସ ଗିରଫ କରିଛି । ଏହି ହତ୍ୟା ମାମଲାରେ ମୋଟ ୧୧ଜଣ ସଂପୃକ୍ତ ଥିବା ପୁଲିସ ତଦନ୍ତରୁ ଜଣା ପଡିଥିଲା । ଗୁରୁବାର ସନ୍ଧ୍ୟାରେ ଏକ ପ୍ରେସ ମିଟରେ ସମସ୍ତ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ । ଅପର ପକ୍ଷରେ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଠେଙ୍ଗା, ପଥର ଆଦିକୁ ଜବତ କରିଛି ପୁଲିସ । ଗିରଫମାନଙ୍କ ମଧ୍ୟରେ ପେଷାଦାର ଅପରାଧୀ ଢେଙ୍କାନାଳ ସହର ବାଜି ଚୌକର ବଳି ଓରଫ ଶ୍ରୀକାନ୍ତ ରଣା ଓ କାଙ୍କଡ଼ପାଳର ଲିପୁନ ସାମଲ ସମେତ ପ୍ରଶାନ୍ତ ସାହୁ,ବ୍ରହ୍ମାନନ୍ଦ ସାମଲ,ଅଜୟ ସାହୁ ଅନ୍ତର୍ଭୁକ୍ତ । ଗିରଫ ବଳି ନାମରେ ଗୁଳିକାଣ୍ଡ ଠାରୁ ଆରମ୍ଭ କରି ଜଘନ୍ୟ ଅପରାଧ ଭଳି ୧୩ଟି ମାମଲା ଓ ଲିପୁନ ନାମରେ ୮ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି ।

ଗତ ୧୪ ତାରିଖରେ ସାମାନ୍ୟ ବଚସାରୁ ତରଭା ଗ୍ରାମର ଚିକୁନ ବିଶ୍ବାଳକୁ ଉଠାଇ ନେଇ ଥିଲେ । ଏହା ପରେ ସଦର ଥାନା ଅନ୍ତର୍ଗତ ରାଇପୁର ଜଙ୍ଗଲରେ ଅତି ନୃଶଂସ ଭାବେ ତାକୁ ପିଟି ପିଟି ପଥରରେ ଛେଚି ହତ୍ୟା କରିଥିଲେ । ହତ୍ୟା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ତେବେ ମୃତ ଚିକୁନଙ୍କ ପରିବାର ପକ୍ଷରୁ ଅଭିଯୋଗ ମୁତାବକ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.