ETV Bharat / state

ବାପ-ପୁଅକୁ କଚାଡି ଦେଲା ଦନ୍ତା, ମେଡିକାଲରେ ଭର୍ତ୍ତି

author img

By

Published : Mar 26, 2021, 10:58 PM IST

ଢେଙ୍କାନାଳ ଜିଲ୍ଲା ପଣ୍ଡୁଆ ସୋଗର ରାସ୍ତା ନିକଟରେ ଦନ୍ତା ଆକ୍ରମଣରେ ବାପ-ପୁଅ ଗୁରୁତର । ଅଧିକ ପଢନ୍ତୁ...

ବାପ ପୁଅଙ୍କୁ ଟେକି କଚାଡିଲା ଦନ୍ତା, ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ବାପ ପୁଅଙ୍କୁ ଟେକି ଫୋପାଡ଼ି ଦେଲା ଦନ୍ତା । ହାତୀ ଆକ୍ରମଣରେ ଗୁରୁତର ବାପ-ପୁଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା ପଣ୍ଡୁଆ ସୋଗର ରାସ୍ତାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଗୁରୁତର ବାପା ପୁଅ ହେଲେ ସୋଗର ଗ୍ରାମର ସୁଦର୍ଶନ ମଲ୍ଲିକ ଓ ତାଙ୍କର ୯ ବର୍ଷର ନାବାଳକ ପୁଅ ସୁବ୍ରତ ମଲ୍ଲିକ ।

ବାପ-ପୁଅକୁ କଚାଡି ଦେଲା ଦନ୍ତା, ମେଡିକାଲରେ ଭର୍ତ୍ତି

ପୁଅ ସୁବ୍ରତର ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟାରେ ସୁଦର୍ଶନ ତାଙ୍କ ପୁଅକୁ ସାଇକେଲ ଯୋଗେ ଧରି ପଣ୍ଡୁଆ ଗ୍ରାମକୁ ଯାଇ ଗାଁକୁ ଫେରୁଥିଲେ । ତେବେ ସୋଗର ରାସ୍ତାରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ସେମାନଙ୍କୁ ସାଇକେଲ ସହ ଶୁଣ୍ଢରେ ଟେକି ଫୋପାଡ଼ି ଦେଇ ପଳାଇଥିଲା । ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ବାପା-ପୁଅଙ୍କୁ ମୂର୍ମୁଷୁ ଅବସ୍ଥାରେ ପଡିଥିବା ଦେଖି ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.