ETV Bharat / state

ଏନଏଚ-55ରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

ଧାନ କିଣାରେ ବିଭ୍ରାଟ ଯୋଗୁଁ ଚାଷୀ ମାନଙ୍କ ମହଲରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏପରିସ୍ଥଳେ ଓଡ଼ପଡା ବ୍ଲକର ଇନ୍ଦିପୁର ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଅନିୟମିତତା ଯୋଗୁଁ ମଣ୍ଡି ଉପରେ ନିର୍ଭର କରିଥିବା ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଅଧିକ ପଢନ୍ତୁ...

author img

By

Published : Mar 9, 2021, 9:34 AM IST

ଏନଏଚ-55ରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ
ଏନଏଚ-55ରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

ଢେଙ୍କାନାଳ: ଧାନ କିଣାରେ ବିଭ୍ରାଟ ଯୋଗୁଁ ଚାଷୀ ମାନଙ୍କ ମହଲରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏପରିକି ଦୈନନ୍ଦିନ ଉତ୍ତେଜନା ପ୍ରକାଶ ପାଉଛି । ଏପରିସ୍ଥଳେ ଓଡ଼ପଡା ବ୍ଲକର ଇନ୍ଦିପୁର ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଅନିୟମିତତା ଯୋଗୁଁ ମଣ୍ଡି ଉପରେ ନିର୍ଭର କରିଥିବା ଇନ୍ଦିପୁର, ଖୁଣ୍ଟୁଝରି, ଗୁଣ୍ଡିଚା ପଡା, କାଣ୍ଡ ବିନ୍ଧା ଆଦି ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ଘରାଉ କରିଥିଲେ । ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟିବାରୁ ଅଧିକାରୀଙ୍କ ବେପରୁଆ ମନ୍ତବ୍ୟ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ଏନେଇ ଚାଷୀମାନେ ଯୋଗାଣ ଅଧିକାରୀଙ୍କ ଅଫିସ ସମ୍ମୁଖରେ ଏନ ଏଚ-୫୫ରେ ଧାନ ବସ୍ତା ରଖି ବସିଥିଲେ । ଫଳରେ କଟକ ଭୁବନେଶ୍ବର ମୁଖ୍ୟ ରାସ୍ତାରେ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଚାଷୀମାନଙ୍କୁ ବୁଝା ସୁଝା କରିବାପରେ ଦୀର୍ଘ ଦୁଇଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.