ଢେଙ୍କାନାଳ: ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ । ଏନେଇ ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ସେବା ସମବାୟ ସମିତିରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଚାଷୀମାନେ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ।
ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅନ୍ତର୍ଗତ ଏହି ଇନ୍ଦିପୁର ସେବା ସମବାୟ ସମିତିରେ ଗୁରୁବାର ହୋଇଥିଲା ଧାନ ମଣ୍ଡି । ଏହି ଧାନମଣ୍ଡିରେ ଇନ୍ଦିପୁର ସହ କାଣ୍ଡବିନ୍ଧା, ଖୁଣ୍ଟୁଝରି ଓ ଗୁଣ୍ଡିଚାପଡା ପଞ୍ଚାୟତର ଚାଷୀମାନେ ଧାନ ବିକ୍ରି କରିଥାନ୍ତି ।
ମାତ୍ର ଗୁରୁବାର କିଛି ଚାଷୀଙ୍କ ଟୋକାନ ଆସି ନଥିବାରୁ ଉତ୍ତେଜନା ଦେଖାଦେଇଥିଲା । ଟୋକାନ ପାଇଁ ସେବା ସମବାୟ ସମିତିର ସମ୍ପାଦକଙ୍କୁ ଦାୟୀ କରି ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଥିଲେ ଚାଷୀ । ଫଳରେ କିଛି ସମୟ ପାଇଁ ଧାନ କିଣାରେ ବିଭ୍ରାଟ ହୋଇଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ