ETV Bharat / state

ଲଗାଣ ବର୍ଷା: ପାଣିରେ ବୁଡିଲା ପ୍ରସିଦ୍ଧ ଶୈବ ପୀଠ କପିଳାସ - Shiva Mandir

ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲା । ସହରର ବିଭିନ୍ନ ଅଞ୍ଚଳ ସମେତ ମନ୍ଦିରରେ ପଶିଲା ବନ୍ୟାଜଳ । ଅଧିକ ପଢନ୍ତୁ...

ଲଗାଣ ବର୍ଷା ଯୋଗୁଁ ପାଣିରେ ବୁଡିଲା ପ୍ରସିଦ୍ଧ ଶୈବ ପୀଠ କପିଳାଶ ଓ ଦୌଡେଶ୍ୱର ମହାଦେବ ମନ୍ଦିର

author img

By

Published : Sep 14, 2021, 10:49 PM IST

Updated : Sep 14, 2021, 10:56 PM IST

ଢେଙ୍କାନାଳ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଲାଗି ରହିଥିବାରୁ ଗାଁ ଗଣ୍ଡାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଅବସ୍ଥା ସଙ୍ଗୀନ ହୋଇପଡିଛି । କେଉଁଠି ପାଚେରୀ ଭାଙ୍ଗି ପଡିଲାଣି ତ ଆଉ କେଉଁଠି ଗାଁ ଭିତରେ ପାଣି ପଶିଯାଇଛି । ଏପରିସ୍ଥଳେ ଖୋଦ ଦେବାଦେବୀଙ୍କ ମନ୍ଦିର ଅବସ୍ଥା ମଧ୍ୟ ଏହି ଲଗାଣ ବର୍ଷାରେ ସ୍ଥିତି ଜଟିଳ ହୋଇପଡିଛି ।

ଲଗାଣ ବର୍ଷା: ପାଣିରେ ବୁଡିଲା ପ୍ରସିଦ୍ଧ ଶୈବ ପୀଠ କପିଳାସ

ବିଶେଷକରି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାସ ପୀଠର ଅବସ୍ଥା ବେହାଲ ହୋଇପଡିଛି । ପୀଠର ଉପରିଭାଗରୁ ବର୍ଷା ପାଣି ମାଡ଼ି ଆସି ମନ୍ଦିର ବେଢା ଜଳମଗ୍ନ ହୋଇଯାଇଛି । ତେବେ ପାହାଚ ରାସ୍ତା ଓ ବାରବାଙ୍କ ରାସ୍ତାରେ ମାଡିଚାଲିଛି ବର୍ଷା ପାଣିର ସୁଅ । ଫଳରେ ଠାକୁରଙ୍କର ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି ।

ସେପଟେ ପାହାଡ଼ ଉପରେ ଥିବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ମନ୍ଦିର ପ୍ରାଙ୍ଗଣକୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସେପଟେ କରମୂଳସ୍ଥିତ ବ୍ରାହ୍ମଣୀ କୂଳରେ ଅବସ୍ଥିତ ଦୌଡେଶ୍ବର ମହାଦେବଙ୍କ ଅନୁରୂପ ସ୍ଥିତି ହୋଇଛି । ବ୍ରାହ୍ମଣୀର ଜଳସ୍ତର ବୃଦ୍ଧିପାଇଥିବାରୁ ଗର୍ଭଗୃହ ପାଣିରେ ବୁଡିରହିଛି । ଫଳରେ ଏଠାରେ ମଧ୍ୟ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Sep 14, 2021, 10:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.