ETV Bharat / state

ପୁଣି ଯୌତୁକ ଜୁଇରେ ବଧୂ

ସବୁବେଳେ ଦେଉଥିଲେ ନିର୍ଯାତନା । ଆଉ ଶେଷରେ ତଣ୍ଟିଚିପି ମାରିଦେଲେ ଝିଅକୁ । ଏଭଳି ଅଭିଯୋଗ କରିଛନ୍ତି ବାପଘର ଲୋକେ । ଅଧିକ ପଢ଼ନ୍ତୁ

author img

By

Published : Aug 3, 2022, 10:49 AM IST

Etv Bharatଯୌତୁକ ପାଇଁ ମାରି ଟାଙ୍ଗି ଦେଲେ ବୋହୂକୁ

ଢେଙ୍କାନାଳ: ବାହାଘରର ୧୦ ବର୍ଷ ପରେ ବି ଥମିଲାନି ନିର୍ଯାତନା । ଶେଷରେ ତଣ୍ଟିଚିପି ମାରି ଗଛରେ ଟାଙ୍ଗିଦେଲେ ମୋ ଝିଅକୁ । ଶାଶୁଘର ଲୋକଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲା ବିଲେଇଖଳି ଗାଁର ଛଇଳ ଗଡନାୟକଙ୍କ ପରିବାର ଲୋକେ । ଯୌତୁକ ପାଇଁ ପୁଣି ଜଣେ ବଧୂକୁ ଜୁଇରେ ଶୁଆଇ ଦିଆଯାଇଛି । ଏଭଳି ଘଟଣା ଘଟିଛି କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପୁରୁଣାପାଣି ସାହିରେ ।

ଯୌତୁକ ପାଇଁ ମାରି ଟାଙ୍ଗି ଦେଲେ ବୋହୂକୁ

ସୂଚନାନୁସାରେ, ପୁରୁଣାପାଣି ସାହିର ଘନଶ୍ୟାମ ବିଶ୍ୱାଳଙ୍କ ପୁଅ ସୂର୍ଯ୍ୟମଣି ବିଶ୍ୱାଳ ହିନ୍ଦୋଳ ଥାନା ବିଲେଇଖଳି ଗାଁର ଛଇଳ ଗଡନାୟକଙ୍କ ଝିଅ ସୁନିତା ଗଡନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବାହାଘରର ପ୍ରଥମ ଦିନରୁ ସୁନିତାଙ୍କୁ ସବୁବେଳେ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ । ଏନେଇ ବିଭିନ୍ନ ସମୟରେ ବାପଘର ଲୋକେ ଆସି ବୁଝାସୁଝା କରି ସମାଧାନ କରି ଯାଆନ୍ତି । ହେଲେ ଯୌତୁକ ଲୋଭୀ ଶାଶୁ ଘର ଲୋକେ ମାନବିକତା ହରାଇ ଶେଷରେ ଝିଅକୁ ମାରି ଟାଙ୍ଗି ଦେଲେ ବୋଲି ଅଭିଯୋଗ କରିଛନ୍ତି ବାପଘର ଲୋକେ । ବାହାଘର ସମୟରେ ପୁଅଘରର ଦାବି ମୁତାବକ ଅନୁସାରେ ସମସ୍ତ ଜିନିଷ ଦିଆଯାଇଥିଲା ଶାଶୁ ଘରକୁ । ଆଉ ଅଧିକ ଟଙ୍କା ପାଇଁ ସବୁବେଳେ ଝିଅକୁ ଦେଉଥିଲେ ନିର୍ଯାତନା ।

ତେବେ ଟଙ୍କା ଦେବାକୁ ଆମେ ଅକ୍ଷମ ହେବାରୁ ଆଜି ଝିଅକୁ ମାରି ଦେଇଛନ୍ତି । ଏପଟେ ଶାଶୂଘର ଲୋକେ କହୁଛନ୍ତି ଲୁଗାରେ ଗଛରେ ଝୁଲି ଆତ୍ମହତ୍ୟା କରିଛି ବୋହୁ। କିନ୍ତୁ ଝିଅର ପରିବାର ଲୋକେ ଆସି ଦେଖିଲା ବେଳକୁ ମୃତଦେହ ଘର ଚଟାଣରେ ଅଛି ଆଉ ବେକରେ ଦାଗ ମଧ୍ୟ ଅଛି । ବାଡି ପଛପଟେ ସାଗୁଆନ ଗଛରେ ଲୁଗା ବନ୍ଧା ହୋଇ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ତେଣୁ ସୁନିତାଙ୍କୁ ସ୍ୱାମୀ ଓ ପରିବାର ଲୋକେ ମିଶି ହତ୍ୟା କରିଥିବା କାମାକ୍ଷାନଗର ଥାନାରେ ବାପଘର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ସ୍ବାମୀ ସୂର୍ଯ୍ୟମଣିକୁ ଥାନାରେ ଅଟକ ରଖିଛି । ଏହାସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.