ଢେଙ୍କାନାଳ: ଜିଲ୍ଲା ଭୁବନ ବନାଞ୍ଚଳରେ 6 ଟିକିଆ ହାତୀପଲଙ୍କ ଉପଦ୍ରବ ବ୍ୟାପକ ଧାନଫସଲ ନଷ୍ଟ । ଗତକାଲି ରାତିରେ 6 ଟିକିଆ ହାତୀପଲ ଭୁବନ ବନାଞ୍ଚଳ ଅନ୍ତର୍ଗତ ଗବଗୋଡା ଅଞ୍ଚଳକୁ ପଶି ଆସିଛନ୍ତି । ଗବଗୋଡ଼ା ଗ୍ରାମରେ ପଶି ଧାନ ଖଳାରେ ପସି ଧାନ ହଳା ଖାଇବା ସହିତ ଧାନ ବିଲରେ ପଶି ବ୍ୟାପକ ଧାନ ଖାଇବା ଦ୍ବାରା ଦଳି ଚକଟି ନଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ୬ଟିକିଆ ହାତୀପଲରେ ଦୁଇଟି ମାଇହାତୀ ଦୁଇଟି ଦନ୍ତା ଓ ଦୁଇଟି ଛୁଆ ହାତୀ ଥିବା ଜଣାପଡିଛି । ଏବେ ହାତୀପଲ ବାଲିଝାଟି ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି ।
ତେବେ ଭୁବନ ବନବିଭାଗ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି । ଅଞ୍ଚଳରେ ହାତୀପଲ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅଛନ୍ତି । ସୂଚନା ମୁତାବକ ଜିଲ୍ଲାରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । କେତେବେଳେ ଦନ୍ତା ଆକ୍ରମଣରେ ମଣିଷ ବଳି ପଡୁଛି ତ କେତେବେଳେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀ । ବର୍ତମାନ ଧାନ ଅମଳ ସମୟ ଚାଲିଥିବାରୁ ଧାନ ଖାଇବା ପାଇ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ଗାଁରେ ପଶି ଧାନ ଖାଇ ବା ସହିତ ପାଦରେ ଦଳିଚକଡ଼ି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ।
ଅନ୍ୟପଟେ ଚାଷୀମାନେ ଭାଗକୁ ଚାଷ କରୁଥିବାରୁ ବ୍ୟାପକ ଧାନ ନଷ୍ଟ ହୋଇଥିବାର ଏବେ ଚିନ୍ତାରେ ଭାଗ ଚାଷୀ । ହାତୀ ଉପଦ୍ରବରେ ଗ୍ରାମବାସୀ ଅତିଷ୍ଟ ହୋଇପଡିଛନ୍ତି । ଧାନ ଅମଳକରି ପରିବାର ପ୍ରତିପୋଷଣା କରିଥାଏ ଚାଷୀ । ସେମାନେ ବର୍ଷ ସାରା କ'ଣ ଖାଇବେ କେମିତି ଚାଲିବେ ନେଇ ଚିନ୍ତରେ ଚାଷୀ । ଧାନ ଅମଳ ସମୟ ଥିବାରୁ ଚାଷୀମାନେ ଧନବିଲରୁ ଧାନ କାଟି ଖଳାରେ ବେଙ୍ଗଲା କରିବାକୁ ରଖିଥାନ୍ତି । ଏହି ସମୟରେ ହାତୀମାନେ ଗ୍ରାମରେ ପଶି ଖଳାରୁ ଧାନବିଡ଼ା ଖାଇବା ସହିତ ନଷ୍ଟ କରି ପାଖ ଜଙ୍ଗଲକୁ ପଳାଇ ଯାଉଛନ୍ତି ।
ଏହା ମଧ୍ୟ ପଢନ୍ତୁ .....ତାଣ୍ଡବ ରଚିଲେ ହାତୀପଲ, ଫସଲ ନଷ୍ଟ କରିବା ସହ ଭାଙ୍ଗିଲେ ଘର
ଏହା ମଧ୍ୟ ପଢନ୍ତୁ......ରେଙ୍ଗାଳି ଡ୍ୟାମରୁ ହାତୀ ଶାବକର ମୃତଦେହ ଉଦ୍ଧାର
ଏ ସମ୍ପର୍କରେ ବନବିଭାଗ କୌଣସି ସ୍ଥାୟୀ ପ୍ରତିକାର କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ତୁରନ୍ତ ହାତୀ ପଲଙ୍କୁ ଘଉଡାଇବାର ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହାସହ କ୍ଷତିଗ୍ରସ୍ତ ଭାଗ ଚାଷୀଙ୍କୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ଇଟିଭି ଭାରତ, ଢେଙ୍କାନାଳ