ETV Bharat / state

ବଢୁଛି ଦନ୍ତା ଉତ୍ପାତ, ଘରୁ ଟାଣି ନେଇ ମହିଳାଙ୍କୁ କଚାଡି ମାରିଲା - ବଢୁଛି ଦନ୍ତାଙ୍କ ଉତ୍ପାତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିରରୋଡ ରେଞ୍ଜ ମୋହନପଶି ଗାଁରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ବଢୁଛି ଦନ୍ତାଙ୍କ ଉତ୍ପାତ: ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

author img

By

Published : Jan 12, 2022, 3:39 PM IST

ଢେଙ୍କାନାଳ: ରାଜ୍ୟରେ ଥମୁନି ହାତୀ ଆକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିରରୋଡ ରେଞ୍ଜ ମୋହନପଶି ଗ୍ରାମରେ ହାତୀ ଆକ୍ରମଣରେ କାନ୍ତି ହେମ୍ବ୍ରମଙ୍କ ମୃତ୍ୟୁ ଘଟିଛି । ରାତିରେ ସୁକାନ୍ତି ହେମ୍ବ୍ରମ ଓ ତାଙ୍କ ସ୍ବାମୀ ମଧୁ ହେମ୍ବ୍ରମ ଘରେ ଶୋଇଥିବା ବେଳେ ହଠାତ ହାତୀ ଆସି ଘର ଭାଙ୍ଗିଥିଲା। ସ୍ବାମୀ ନିଜର ଜିବନ ବଞ୍ଚାଇ ଦୌଡି ପଳେଇଥିବା ବେଳେ ସୁକାନ୍ତି ହେମ୍ବ୍ରମ ହାତୀ ହାବୁଡରେ ପଡିଯାଇଥିଲେ ।

ବଢୁଛି ଦନ୍ତାଙ୍କ ଉତ୍ପାତ: ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ପରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଘଟଣାସ୍ଥଳରେ ହିଁ ସୁକାନ୍ତି ହେମ୍ବ୍ରମଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଛନ୍ତି । ଖବରପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ହାତୀକୁ ନିକଟସ୍ଥ ଜଙ୍ଗଲକୁ ଘଉଡାଇବା ସହ ମୃତଦେହକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

ମହାବୀରରୋଡ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନା ନେଉନାହିଁ। ଏଯାଏଁ ବନବିଭାଗ ହାତୀ ନିୟନ୍ତ୍ରଣରେ ସଫଳ ହୋଇପାରିନାହିଁ । ଅକାଳରେ ଲୋକଙ୍କ ଜୀବନ ଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.