ETV Bharat / state

ହାତୀ-ମଣିଷ ଲଢେଇ: ଘଉଡାଇବା ବେଳେ ଜଣଙ୍କୁ ଦଳି ଦେଲା ଦନ୍ତା - ହିନ୍ଦୋଳରେ ହାତୀ ଆକ୍ରମଣରେ ଜଣେ ମୃତ

ଥମୁନି ହାତୀ ମଣିଷ ଲଢେଇ । ଜଣେ ବ୍ୟକ୍ତିଙ୍କୁ ଦଳି ଦେଲା ହାତୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ । ଅଧିକ ପଢନ୍ତୁ

ହାତୀ ମଣିଷ ମୁହାଁମୁହିଁ :ହାତୀ ଘଉଡ଼ାଇବା ବେଳେ ଜଣଙ୍କର ମୃତ୍ୟୁ

author img

By

Published : Aug 10, 2022, 12:05 PM IST

ଢେଙ୍କାନାଳ: ଜଙ୍ଗଲ କ୍ଷୟ ବୃଦ୍ଧି ପାଉଥିବାରୁ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଯାହା ଫଳରେ ମଣିଷ ହାତୀ ମୁହାଁମୁହିଁ ହେଉଛନ୍ତି । କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ । ହାତୀ ମଣିଷ ଲଢେଇରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କାଠକୁମ୍ପାର ବାଜିଆ ବାରିକ ।

ସୂଚନା ଅନୁସାରେ, ହିନ୍ଦୋଳ ବନାଞ୍ଚଳରେ ହାତୀ ଦାଉରୁ ଧାନ ଫସଲ ସୁରକ୍ଷିତ ରଖିବା ପାଇଁ କ୍ଷେତ ଚାରିପଟେ ସୋଲାର ଫେନ୍ସିଂ ଲଗାଯାଇଥିଲା । ହେଲେ ସୋଲାର ଫେନ୍ସିଂକୁ ମାଡି କ୍ଷେତ ମଧ୍ୟକୁ ପଶି ଯାଇଥିଲେ ହାତୀ ପଲ । ଆଉ ଏହି ହାତୀପଲଙ୍କୁ ଘଉଡାଇବା ପାଇଁ କନ୍ଧରା ସେକ୍ସନର କାଠକୁମ୍ପା ଗାଁଲୋକେ ଉଦ୍ୟମ କରିଥିଲେ । ହେଲେ ଏଥିରେ ବିଫଳ ହୋଇଥିଲେ । ଫଳରେ ଜଣେ ବ୍ୟକ୍ତିଙ୍କୁ ହାତୀ ପାଦରେ ଦଳି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ହାତୀପଲ ଜଗି ରହିଥିବାରୁ ବନ ବିଭାଗ ପହଞ୍ଚି ହାତୀ ମାନଙ୍କୁ ଘଉଡ଼ାଇଥିଲା । ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଥିଲା ବୋଲି ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.