ଢେଙ୍କାନାଳ: କୂଅରେ ପଡ଼ିଲା ହାତୀ । ଦୀର୍ଘ ସମୟର ପ୍ରଚେଷ୍ଟା ପରେ ବନବିଭାଗ ହାତୀକୁ ଉଦ୍ଧାର କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ବିମ୍ବୋରୀ ଜଙ୍ଗଲ ନିକଟରେ । ସୂଚନାନୁସାରେ ଆଜି (ଶୁକ୍ରବାର) ଭୋର୍ ସମୟରେ ଏକ ହାତୀ ପଲ ମଧ୍ୟରୁ ଏହି ଦନ୍ତା ହାତୀ କୂଅରେ ପଡ଼ି ଯାଇଥିଲା । ଫଳରେ ପ୍ରବଳ ଜୋର୍ ଗର୍ଜନ କରିଥିଲା । ଦୀର୍ଘ ସମୟର ପ୍ରଚେଷ୍ଟା ପରେ ବନବିଭାଗ ହାତୀକୁ ଉଦ୍ଧାର କରିଛି ।
ତେବେ ଖବର ପାଇ ବନବିଭାଗ ପକ୍ଷରୁ ଏକ JCB ମାଧ୍ୟମରେ ଦନ୍ତା ହାତୀକୁ ଉଦ୍ଧାର କରିଛନ୍ତି । ଫଳରେ ଦନ୍ତା ହାତୀଟି ଉଦ୍ଧାର ହେବାପରେ ପାଖ ଜଙ୍ଗଲକୁ ପଳାଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ