ETV Bharat / state

ଛୁଆହାତୀକୁ ପ୍ରସବ ପରେ ଛାଡି ପଳାଇଲା ମାଆ ହାତୀ - ଢେଙ୍କାନାଳରେ ହାତୀ ଛୁଆ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳର କୁନୂଆ ନିକଟରୁ ହାତୀ ଛୁଆକୁ ଉଦ୍ଧାର କରି ବନବିଭାଗର ଡାକ୍ତରୀ ଦଳ ମାଧ୍ୟମରେ ଚିକିତ୍ସା ଜାରି । ଅଧିକ ପଢନ୍ତୁ

Elephant calf rescue at Dhenkanal
ପ୍ରସବ ପରେ ଛାଡି ପଳାଇଲା ମାଆ ହାତୀ
author img

By

Published : Jun 12, 2022, 5:57 PM IST

ଢେଙ୍କାନାଳ: ପ୍ରସବ କରିବା ପରେ ଛାଡି ପଳାଇଲା ମାଆ ହାତୀ । ଫଳରେ ଏକୁଟିଆ ହୋଇଗଲା ହାତୀ ଶାବକ । ପରେ ସ୍ଥାନୀୟ ଲୋକେ ହାତୀ ଶାବକଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପକ୍ଷରୁ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରୁ ସ୍ୱତନ୍ତ୍ର ଡାକ୍ତରୀ ଓ ହାତୀ ଛୁଆ ପାଳନ କରୁଥିବା କର୍ମଚାରୀଙ୍କ ମାଧ୍ୟମରେ ଚିକିତ୍ସା ଜାରି ରହିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର କୁନୂଆ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ।

ପ୍ରସବ ପରେ ଛାଡି ପଳାଇଲା ମାଆ ହାତୀ

ଗତ ରାତିରେ ଜନ୍ମ ପରେ ଛିଡା ହୋଇ ନପାରିବାରୁ ମାଈହାତୀ ବାଧ୍ୟ ହୋଇ ହାତୀ ପଲଙ୍କ ସହ ଏହି ନବଜାତ ଶାବକକୁ ଛାଡି ପଳାଇ ଥିବା ଜଣାପଡିଛି । ବନବିଭାଗର ଉଦ୍ୟମ ପରେ ହାତୀ ଛୁଆଟି ସୁସ୍ଥ ହେଉଥିବାବେଳେ ଠିଆ ହେଉଥିବା ସୂଚନା ମିଳିଛି । ତେବେ ହାତୀ ଛୁଆଟି ସମ୍ପୂର୍ଣ୍ଣ ଠିଆ ହୋଇ ଚାଲିଲେ ମାଆ ହାତୀ ସହ ବନ ବିଭାଗ ଜଙ୍ଗଲରେ ଛାଡି ଦେବ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.